ସୁଟିଂ ବେଳେ ହିନା ଖାନ୍‌ଙ୍କ ଉପରେ ଚଢ଼ିଗଲା ଟ୍ରକ୍‌, ଦେଖନ୍ତୁ ଦୁର୍ଘଟଣାର ଭିଡିଓ

ଛୋଟ ପରଦାର ଲୋକପ୍ରିୟ ଧାରାବାହିକ ‘ୟେ ରିସ୍ତା କ୍ୟା କେହେଲାତା ହୈ’ ଫେମ୍‌ ହିନା ଖାନ୍‌ ଏକ ଦୁର୍ଘଟଣାର ଶିକାର ହୋଇଛନ୍ତି। ସୁଟିଂ ବେଳେ ତାଙ୍କୁ ଏକ ଟ୍ରକ୍‌ ଧକ୍କା ଦେଇଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓଟିକୁ ହିନା ନିଜେ ସେୟାର କରିଛନ୍ତି। ତେବେ ଏହି ଦୃଶ୍ୟଟି ସତରେ ନୁହେଁ ଏକ ଫିଲ୍ମର ସୁଟିଂ ବେଳର ଦୃଶ୍ୟ।

ଦେଖନ୍ତୁ ଭିଡିଓ:

 

View this post on Instagram

 

#vbshootdiaries #behindthescenes @realhinakhan hit by the truck 😱

A post shared by Hina Khan Updates ✨ (@hinasherrkhan) on

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ ହିନା ଠିଆ ହୋଇଥିବା ବେଳେ ତାଙ୍କୁ ସାମ୍ନାରୁ ଆସୁଥିବା ଏକ ଟ୍ରକ ଧକ୍କା ଦେଉଛି। ଧକ୍କା ଖାଇବା ପରେ ହିନା ସିଧା ତଳେ ପଡ଼ିଯାଉଛନ୍ତି। ତେବେ ସିଧା ମାଟିରେ ନୁହେଁ ବରଂ ଏକ ଗଦି ଉପରେ ହିନା ପଡ଼ୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓକୁ ସେ ସ୍ପିଡ୍‌ ମୋଡ୍‌ରେ ପୋଷ୍ଟ କରିଛନ୍ତି। ହିନାଙ୍କ ଏହି ଭିଡିଓକୁ ତାଙ୍କ ଫ୍ୟାନ୍‌ମାନେ ଖୁବ୍‌ ପସନ୍ଦ କରିବା ସହ ତାଙ୍କୁ ଭବିଷ୍ୟତ ପାଇଁ ଶୁଭକାମନା ମଧ୍ୟ ଜଣାଇଛନ୍ତି।

ଏହାସହ ପଢ଼ନ୍ତୁ: ଜିମ୍‌ ଆଉଟ୍‌ଫିଟ୍‌ରେ ନଜର ଆସିଲେ ଏହି ବଲିଉଡ୍‌ ତାରକାଙ୍କ ପତ୍ନୀ, ଥରେ ଦେଖିଲେ ଆଖି ଲାଖିଯିବ 

ସୂଚନାଯୋଗ୍ୟ ଯେ, ଭାଇରାଲ ହେଉଥିବା ଭିଡିଓ ହିନାଙ୍କ ଆସନ୍ତା ଫିଲ୍ମ ହ୍ୟାକ୍‌ଡର ଏକ ଦୁର୍ଘଟଣା ସିନ୍‌। ବିକ୍ରମ ଭଟ୍ଟ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.