କଂଗ୍ରେସ ପାର୍ଟିର ଏକ ଜନସଭାର ଭିଡିଓ ଏବେ ସୋସିଆଲ ମିଡିଆରେ ଖବ୍ ଭାଇରାଲ ହେଉଛି। ଭିଡିଓଟି ଏତେ ମଜାଳିଆ ଯେ ଦେଖିଲେ ଆପଣ ବି ନିଜ ହସ ରୋକିପାରିବେନି। ରିପୋର୍ଟ ମୁତାବକ ଭିଡିଓଟି କଂଗ୍ରେସର ଏକ ଜନସଭାର। ସଭାରେ ଜଣେ ଦଳୀୟ କର୍ମୀ କଂଗ୍ରେସ ଦଳର ବର୍ତ୍ତମାନର ମୁଖ୍ୟ ପୁରୋଧା ଯଥା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ପ୍ରମୁଖ ଜିନ୍ଦାବାଦ କହି ନାରା ଦେଉଥିଲେ। ଏହି ସମୟରେ ସେ ପ୍ରିୟଙ୍କା ଗାନ୍ଧୀ ବଦଳରେ ଭୁଲରେ ପ୍ରିୟଙ୍କା ଚୋପ୍ରା ଜିନ୍ଦାବାଦ ବୋଲି ନାରା ଦେଇଥିଲେ। ଏହା ଶୁଣି ସେଠାରେ ଉପସ୍ଥିତ ଜନତା ହସିବାକୁ ଲାଗିଥିଲେ। ଏହି ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।
ଦେଖନ୍ତୁ ଭିଡିଓ:
#WATCH Delhi: Slogan of “Sonia Gandhi zindabad! Congress party zindabad! Rahul Gandhi zindabad! Priyanka Chopra zindabad!” (instead of Priyanka Gandhi Vadra) mistakenly raised by Congress’ Surender Kr at a public rally. Delhi Congress chief Subhash Chopra was also present.(01.12) pic.twitter.com/ddFDuZDTwH
— ANI (@ANI) December 1, 2019
୨୨ ସେକେଣ୍ଡର ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ପୂର୍ବ ବିଧାୟକ ସୁରେନ୍ଦ୍ର କୁମାର ଏହି ଭୁଲ ନାରା ଦେଇଥିଲେ। ନାରା ଦେବା ବେଳେ ଷ୍ଟେଜ୍ରେ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ସୁବାଷ ଚୋପ୍ରା ମଧ୍ୟ ଉପସ୍ଥିତ ଥିଲେ। ସୁରେନ୍ଦ୍ର ସୋନିଆ ଗାନ୍ଧୀ ଜିନ୍ଦାବାଦ, କଂଗ୍ରେସ ପାର୍ଟି ଜିନ୍ଦାବାଦ, ରାହୁଲ ଗାନ୍ଧୀ ଜିନ୍ଦାବାଦ, ପ୍ରିୟଙ୍କା ଚୋପ୍ରା ଜିନ୍ଦାବାଦ… କହିଥିଲେ। ପରେ ଅବଶ୍ୟ ନିଜ ଭୁଲ୍ ବୁଝିପାରି ସରି କହି ପୁଣି ଥରେ ପ୍ରିୟଙ୍କା ଗାନ୍ଧୀ ଜିନ୍ଦାବାଦ କହିଥିଲେ।
ଏହାସହ ପଢ଼ନ୍ତୁ: ମାତ୍ର ୧୨ ବର୍ଷ ବୟସରେ ମାଟ୍ରିକ୍ ପରୀକ୍ଷା ଦେବେ ଏହି ବିସ୍ମୟ ବାଳକ, କହିଲେ ‘ମୁଁ ଆଇଜାକ୍ ନିଉଟନ୍ଙ୍କ ଭଳି’
ଏହି ଭିଡିଓଟି ଭାଇରାଲ ହେବା ପରେ ଜଣେ ୟୁଜର କମେଣ୍ଟ କରି ଲେଖିଛନ୍ତି ଅଭିନନ୍ଦନ, ଶେଷରେ ପ୍ରିୟଙ୍କା ଚୋପ୍ରା ବି ରାଜନୀତିରେ ଏଣ୍ଟ୍ରି କରିଗଲେ। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି କଂଗ୍ରେସ କାର୍ଯ୍ୟକର୍ତ୍ତା ଟିକେ ଅଧିକ ଭାବନାରେ ବୋହିଯାଉଛନ୍ତି।