ବୃଦ୍ଧାଙ୍କୁ ଧକ୍କା ଦେଲା କାର, ମାନବିକତା ଦେଖେଇବା ବଦଳରେ ଖସି ପଳେଇବାକୁ କଲେ ଉଦ୍ୟମ

ଲୁଧିଆନା ସହରର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସ୍ୱାର୍ଥ ପାଇଁ ଲୋକେ କିପରି ନିଜ ମାନସିକତାକୁ ହରାଇ ବସନ୍ତି ଏଘଟଣା ସମ୍ପର୍କରେ ଜାଣିଲେ ଯେକେହି ତାହା ବୁଝି ପାରିବ । ଲୁଧିଆନାର ରାଜଗୁରୁ ଅଞ୍ଚଳରେ ଏକ ବୟସ୍କା ମହିଳା ନିଜ ଘର ସାମ୍ନାରେ ଚାଲି ଚାଲି ଯାଉଥିଲେ । ଏହି ସମୟରେ ହଟାତ ପଛରୁ ଦ୍ରୁତ ବେଗରେ ଆସୁଥିବା ଏକ କାର ତାଙ୍କୁ ଧକ୍କା ଦେଉଛି । ଧକ୍କା ଖାଇବା ପରେ ମହିଳା ଜଣକ କେତେ ଫୁଟ ଆଗକୁ ଘୋଷାରି ହେଇ ଯାଇ ପଡୁଛନ୍ତି ଓ ବେହୋସ ମଧ୍ୟ ହୋଇଯାଇଛନ୍ତି । ଏହି ସମୟ ଭିତରେ ଧକ୍କା ଦେଇଥିବା କାର ଭିତରୁ ଦୁଇ ପିଲା ବାହାରକୁ ବାହାରୁଛନ୍ତି । ପ୍ରଥମେ ତ ସେମାନେ ଖସି ପଳେଇବାକୁ ଉଦ୍ୟମ କରୁଥିଲେ । କିନ୍ତୁ ଗାଡି ଷ୍ଟାର୍ଟ ନହେବାରୁ ସେମାନଙ୍କ ମଧ୍ୟରୁ ଜଣେ ମହିଳା ଜଣଙ୍କୁ ଉଠାଇବାକୁ ଚେଷ୍ଟା କରୁଥିଲେ । ପରେ ଅନ୍ୟ କିଛି ଲୋକଙ୍କ ଜରିଆରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ludhiana

ତାଙ୍କ କାର ସହ ଧକ୍କା ଖାଇ ମହିଳା ଜଣକ ପଡ଼ିଥିଲେ ମଧ୍ୟ ପିଲା ମାନେ ତାଙ୍କୁ ଉଦ୍ଧାର କରିବା ବଦଳରେ ସେଠାରୁ ପଳାଇବାକୁ ଚେଷ୍ଟା କରୁଥିଲେ । ଏହି ଘଟଣାଟି ଲୁଧିଆନାର ରାଜଗୁରୁ ଅଞ୍ଚଳରେ ହିଁ ଘଟିଛି ।ଏଘଟଣାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଖବର ଅନୁଯାୟୀ ଆହତ ହୋଇଥିବା ମହିଳା ଜଣକ ସ୍ଥାନୀୟ ଏକ ନର୍ସିଙ୍ଗ ହୋମରେ ନର୍ଶ ଭାବେ ପୂର୍ବରୁ କାମ କରୁଥିଲେ । ଯେବେ ଏହି ମାମଲା ସମ୍ପର୍କରେ ସ୍ଥାନୀୟ ପୋଲିସ ଅଧିକାରୀଙ୍କୁ ପଚରା ଯାଇଥିଲା । ସେମାନେ କ୍ୟାମେରା ସାମ୍ନାକୁ ଆସି କିଛି କହିବାକୁ ରାଜି ହୋଇନଥିଲେ । ପୀଡିତା ବୟସ୍କା ମହିଳାଙ୍କ ଅବସ୍ଥା ପୂର୍ବାପେକ୍ଷା ଭଲ ଥିବା ଜଣା ଯାଇଛି | ଅନ୍ୟ ପକ୍ଷରେ ପୀଡିତାଙ୍କ ପରିବାର ଲୋକ ମଧ୍ୟ କ୍ୟାମେରା ସାମ୍ନାକୁ ଆସି କିଛି କହିବାକୁ ରାଜି ହୋଇନାହାନ୍ତି ।

ludhiana

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.