ତୃତୀୟ ଟି-୨୦ରେ ଟସ୍‌ ଜିତି ବୋଲିଂ ନେଲା ନ୍ୟୁଜିଲାଣ୍ଡ, କୋହଲି କଣ କହିଲେ ଜାଣନ୍ତୁ

ହାମିଲଟନ୍‌ : ତୃତୀୟ ତଥା ଗୁରୁତ୍ୱପୂର୍ଣ୍ଣ ଟି-୨୦ ମ୍ୟାଚ୍‌ରେ ଟସ୍‌ ଜିତି ଘରୋଇ ନ୍ୟୁଜିଲାଣ୍ଡ ଦଳ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ।  ଟିମ୍‌ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରୁଛି । ଦଳରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ଏବଂ ଟସ୍‌ ଜିତିଥିଲେ ସେ ପ୍ରଥମେ ବୋଲିଂ କରିଥାନ୍ତେ ବୋଲି ଅଧିନାୟକ ବିରାଟ କୋହଲି କହିଛନ୍ତି । ବ୍ୟାଟିଂ ଆରମ୍ଭ କରି ଭାରତ ପ୍ରଥମ ଦୁଇ ଓଭରରେ କୌଣସି ଓ୍ଵିକେଟ୍‌ ନହରାଇ ୧୭ ରନ୍‌ କରିଛି ।

INDIA TEAMସେପଟେ ନ୍ୟୁଜିଲାଣ୍ଡ ତାର ଦଳରେ ଗୋଟିଏ ପରିବର୍ତ୍ତନ କରିଛି । ବ୍ଲୋୟାର ଟିକନର୍‌ଙ୍କ ଜାଗାରେ ସ୍କଟ୍‌ କୁଗଲିଏନ୍‌ଙ୍କୁ ସୁଯୋଗ ମିଳିଛି । ହାମିଲଟନ୍‌ର ଏହି ନୂଆ ପିଚ୍‌ରେ ପ୍ରଥମେ ବୋଲର୍‌ମାନଙ୍କୁ ସୁବିଧା ମିଳିବ ବୋଲି ସେ ଆଗେ ଫିଲଡିଂ ନେଲେ ବୋଲି ଅଧିନାୟକ କେନ୍‌ ଓ୍ଵଲିୟମସନ୍‌ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.