ରେସଲମାନିଆ ୩୬: ଏଜିଙ୍କୁ ଜୀଅନ୍ତା କବର ଦେଇଦେଲେ ଅଣ୍ଡରଟେକର, ଭିଡିଓ ଦେଖିଲେ ଥରିଯିବ ଛାତି

କରୋନା ଭାଇରସର ଆତଙ୍କ ମଧ୍ୟରେ WWE ର ସବୁଠୁ ବଡ଼ ଇଭେଣ୍ଟ ରେସଲମାନିଆ ୩୬ ଆରମ୍ଭ ହୋଇଛି। କରୋନା ଯୋଗୁ ଏହି ମ୍ୟାଚକୁ ପୂର୍ବରୁ ହିଁ ସୁଟିଂ କରିଦିଆଯାଇଥିଲା। ପୂର୍ବରୁ ଏହି ମ୍ୟାଚ୍ ଫ୍ଲୋରିଡ଼ାସ୍ଥିତ ଟେମ୍ପାର ରେମଣ୍ଡ ଜେମ୍ସ ଷ୍ଟାଡିୟମରେ ହେବାକୁ ସ୍ଥିର ହୋଇଥିଲା ମାତ୍ର ପରେ ତାହା WWE ପରଫର୍ମାନ୍ସ ସେଣ୍ଟରରେ ହିଁ ଆୟୋଜିତ ହୋଇଥିଲା।

The Undertaker Vs. AJ Styles Boneyard Match Steals The Show At WWE ...

ଶୋ’ର ପ୍ରଥମ ଦିନରେ ଅଣ୍ଡାରଟେକର ଓ ଏଜି ଷ୍ଟାଇଲସଙ୍କ ମଧ୍ୟରେ ବୋନୟାଡ଼ ମ୍ୟାଚ୍ ବେଶ୍ ରୋମାଞ୍ଚକ ଥିଲା। ମ୍ୟାଚ୍ ଶେଷରେ ଦ ଅଣ୍ଡାରଟେକର ଏଜିଙ୍କୁ କବରରେ ପୋତି ବିଜୟ ହାସଲ କରିଥିଲେ। ଦର୍ଶକମାନେ ଏଭଳି ଏକ ମ୍ୟାଚ୍ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଦେଖନ୍ତୁ ଭିଡିଓ:

Video Courtesy: WWE

ମ୍ୟାଚ୍ ଏତେ ସଂଘର୍ଷମୟ ଥିଲା ଯେ କିଏ ଜିତିବ କିଏ ହାରିବ ଜଣାପଡୁନଥିଲା। ମାତ୍ର ଶେଷରେ ଅଣ୍ଡାରଟେକର ବୁଦ୍ଧି ଖର୍ଚ୍ଚ କରି ଏଜିଙ୍କୁ କବରରେ ଜୀବନ୍ତ ପୋତିଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.