ଦେଶରେ ଦ୍ରୁତ ଗତିରେ ବଢି ଚାଲିଛି କରୋନା: ଗୋଟିଏ ଦିନରେ ୪ ହଜାର ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା, ମୃତ୍ୟୁ ସଂଖ୍ୟା ୨୨ ହଜାରରୁ ଅଧିକ
ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ବଢି ଚାଲିଛି କରୋନା । ଗୋଟିଏ ଦିନରେ ୪ ହଜାର ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ୪ ହଜାର ୨୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ୯୭ ଜଣଙ୍କ ଜୀବନ ନେଇଛି ଭାଇରସ୍ । ଦେଶରେ ମୃତ୍ୟୁ ସଂଖ୍ୟା ୨୨ ହଜାର ୦୬ ହୋଇଛି । ଆକ୍ରାନ୍ତଙ୍କ ସଂଖ୍ୟା ୬୭ ହଜାର ପାର କରିଛି ।
ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୬୭ ହଜାର ୧୫୨ ହୋଇଛି । ୪୪ ହଜାର ୨୯ଟି ଆକ୍ଟିଭ୍ କେସ୍ ରହିଛି । ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୨ ହଜାର ୧୭୧ ହୋଇଥିବା ବେଳେ ୮୩୨ ଜଣଙ୍କ ମୃତ୍ୟୁ ହୋଇଛି । ଗୁଜରାଟ, ଦିଲ୍ଲୀ, ତାମିଲନାଡୁ, ରାଜସ୍ଥାନ, ମଧ୍ୟପ୍ରଦେଶରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ।
ସବୁଠୁ ସ୍ପର୍ଶକାତର ବିଷୟ ହେଉଛି ମହାରାଷ୍ଟ୍ରରେ ୭୮୬ ଜଣ ପୋଲିସ କର୍ମଚାରୀଙ୍କ ଠାରେ କରୋନା ପଜିଟିଭ ଭୁତାଣୁ ଠାବ ହୋଇଛି । ଯାହା ମଧ୍ୟରୁ ୭୦୩ ଟି ମାମଲା ସକ୍ରିୟ ଥିବା ବେଳେ ୭୬ ଜଣ ସୁସ୍ଥ ହୋଇ ଫେରିଛନ୍ତି । ହିମାଚଳ ପ୍ରଦେଶରେ ୨ ଟି ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ୫୪ ଜଣ ଆକ୍ରାନ୍ତ ହୋଇଥିବା ଜଣାଯାଇଛି ।