ଆଗାମୀ ୨୪ ଘଣ୍ଟାରେ ଉତ୍ତର କେନ୍ଦ୍ରୀୟ ଓଡିଶାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା

ଭୁବନେଶ୍ବର: ଆଗାମୀ ୨୪ ଘଣ୍ଟାରେ ଉତ୍ତର କେନ୍ଦ୍ରୀୟ ଓଡିଶାର ଜିଲ୍ଲା ମାନଙ୍କରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା। ସାରା ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି କିନ୍ତୁ ସ୍ୱଳ୍ପ ବର୍ଷା ହୋଇଛି। ମୟୂରଭଞ୍ଜରେ ସର୍ବାଧିକ ୫୦.୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ଉତ୍ତର ଓଡ଼ିଶାରେ ଭଲ ବର୍ଷା ହୋଇଛି। ସୂଚନା ଥାଉକି, ଝାରସୁଗୁଡା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, କେଉଁଝର, ମୟୁରଭଞ୍ଜ, ନୂଆପଡା, କୋରାପୁଟ,କଳାହାଣ୍ଡି, ଗଜପତି,ରାୟଗଡା ଜିଲ୍ଲାମାନଙ୍କରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଏନେଇ ପାଣିପାଗ ବିଭାଗ କାର୍ଯ୍ୟରତ ଅଫିସର ମଦନମୋହନ ଦାସ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.