ବାଘୁଣୀ ପାଇଁ ଦୁଇ ବାଘ ଭିତରେ ଘମାଘୋଟ ଲଢେଇ, ଦେଖନ୍ତୁ ମଜାଦାର୍ ଭିଡିଓ

ସୋସିଆଲ ମିଡିଆରେ ପଶୁ-ପକ୍ଷୀଙ୍କୁ ନେଇ ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଆପଣମାନେ ତ ସିଂହ ଏବଂ ବାଘ ମଧ୍ଯରେ ଲଢେଇ ହେବାର ଅନେକ ଥର ଦେଖିଥିବେ। କିନ୍ତୁ ଏଥର ଏହି ଭିଡିଓରେ କିଛି ଟିକିଏ ଅଲଗା ଦେଖିବାକୁ ମିଳିଛି। ଭିଡିଓରେ ବାଘ ନିଜ ନିଜ ଭିତରେ ହିଁ ଲଢେଇ କରୁଥିବାର ନଜର ଆସିଛି। ଏହି ଭିଡିଓରେ ଦୁଇଟି ବାଘ ଗୋଟିଏ ବାଘୁଣୀ ଏବଂ ଯାଗା ପାଇଁ ପରସ୍ପର ମଧ୍ଯରେ ଝଗଡା ଲାଗିଛନ୍ତି। ଭିଡିଓଟି ସାଉଥ୍ ଆଫ୍ରିକାର ଟାଇଗର କ୍ଯାନିୟନର ହୋଇଥିବା ସୂଚନା ମିଳିଥିବା ବେଳେ ଭିଡିଓଟିକୁ ଇଣ୍ଡିଆନ୍ ଫରେଷ୍ଟ ସର୍ଭିସ ଅଫିସର ସୁଧା ରମନ ନିଜର ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି।

tiger1ଭିଡିଓରେ ଦେଖିବାକୁ ଗୋଟିଏ ବାଘ ସହ ଲଢିବା ପାଇଁ ଅନ୍ଯଏକ ବାଘ ଦୌଡି ଆସୁଛି। ପବନରେ ଉଡିଲା ଭଳି ବାଘ ଆଟାକ୍ କରୁଥିବା ବେଳେ ଅନ୍ଯ ବାଘଟି ମଧ୍ଯ ଆଟାକ୍ କରୁଛି। ଦୁଇ ଜଣଙ୍କ ମଧ୍ଯରେ ଏମିତି କିଛି ସମୟ ଚାଲିବା ପରେ ସେଠାରେ ବାଘୁଣୀଟି ପହଞ୍ଚିଥିଲା।
ସୋସିଆଲ ମିଡିଆରେ ସୁଧା ରମନ ଭିଡିଓ ସେୟାର କରିବା ସହ ଲେଖିଛନ୍ତି, ‘କେବେ ବାଘକୁ ଲଢୁଥିବାର ଲକ୍ଷ କରିଛନ୍ତି, ଏହା କୌଣସି କୁସ୍ତି ଠାରୁ କମ ନୁହେଁ। ଏଭଳିରୁ ଝଗଡାହିଁ ପ୍ରଭୁତ୍ବ ସ୍ଥାପିତ ହୋଇଥାଏ। ବିଜେତା ନିଜର ସ୍ଥାନ ହାସଲ କରିବା ସହ ବାଘୁଣୀକୁ ମଧ୍ଯ ହାସଲ କରିପାରିବ। ହାରିବା ବାଲାକୁ ବାହାର ବାହାରିବାକୁ ପଡିବ ଏବଂ ନିଜ ପାଇଁ ଏକ ନୂଆ ଘର ଖୋଜିବାକୁ ପଡିବ।

ଏହି ଭିଡିଓକୁ ବର୍ତ୍ତମାନ ହଜାରରୁ ଅଧିକ ଲୋକେ ଦେଖିସାରିଥିବା ବେଳେ ୧୦୦ ରୁ ଅଧିକ ଲୋକ ରିଟ୍ବିଟ ମଧ୍ଯ କରିସାରିଛନ୍ତି। ଲୋକମାଦେନ ଏହି ଭିଡିଓରେ ନିଜର ପ୍ରତିକ୍ରିୟା ମଧ୍ଯ ରଖିଛନ୍ତି।

Leave A Reply

Your email address will not be published.