ଦେଶରେ ରେକର୍ଡ ଭାଙ୍ଗୁଛି କରୋନା ଭାଇରସ୍ : ୧୪ ଲକ୍ଷ ପାର୍ କଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ରେକର୍ଡ ଉପରେ ରେକର୍ଡ ଭାଙ୍ଗୁଛି କରୋନା । ଗୋଟିଏ ଦିନରେ ସର୍ବାଧିକ ୪୯ ହଜାର ୯୩୧ ଜଣ କରୋନା ପଜିଟିଭ୍‌ ଚିହ୍ନଟ । ୭୦୮ ଜଣଙ୍କ ଜୀବନ ଯାଇଛି । ଏହାସହ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ ଲକ୍ଷ ପାର କରିଛି ।

ଏହାକୁ ମିଶାଇ ମୋଟ୍‌ ୧୪ ଲକ୍ଷ ୩୫ ହଜାର ୪୫୩ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ଆକ୍ଟିଭ୍‌ କେସ୍‌ ୪ ଲକ୍ଷ ୮୫ ହଜାର ୧୧୪ ରହିଥିବା ବେଳେ ସୁସ୍ଥ ହେଲେଣି ୯ ଲକ୍ଷ ୧୭ ହଜାର ୫୬୮ ଜଣ । ୩୨ ହଜାର ୭୭୧ ଜଣଙ୍କ କରୋନାରେ ମୃତ୍ୟୁ ହେଲାଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.