ନୂଆଦିଲ୍ଲୀ: କରୋନା କବଳରେ ସାରା ଦେଶ। ଗତ ୨୪ଘଣ୍ଟାରେ ୫୬ହଜାର ୨୮୨ ଆକ୍ରାନ୍ତ ହୋଇଛନ୍ତି। ୯୦୪ଜଣଙ୍କ ଜୀବନ ନେଇଛି କିଲର ଭାଇରସ୍। ନୂଆ ମୃତକଙ୍କୁ ମିଶାଇ ଦେଶରେ ୪୦ହଜାର ଟପିଛି ମୃତକଙ୍କ ସଂଖ୍ୟା। ମୋଟ ମୃତ୍ୟୁସଂଖ୍ୟା ରହିଛି ୪୦ହଜାର ୬୯୯। ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୧୯ଲକ୍ଷ ୬୪ହଜାର ୫୩୭ । ଦେଶରେ ୫ଲକ୍ଷ ୯୫ହଜାର ୫୦୧ଜଣ ଚିକିତ୍ସିତ ହେଉଥିବାବେଳେ ୧୩ଲକ୍ଷ ୨୮ହଜାର ୩୩୬ ସୁସ୍ଥ ହୋଇଛନ୍ତି। ମହାରାଷ୍ଟ୍ର ଓ ଦିଲ୍ଲୀରେ କୋରନା ସ୍ଥିତି ବିଗିଡିବାରେ ଲାଗିଛି।