IPL ୨୦୨୦ ପାଇଁ ୟୁଏଇରେ ପହଞ୍ଚିଲେ ତିନିଟି ଦଳ, ମାଆଙ୍କ ଅସୁସ୍ଥତା କାରଣରୁ ଚେନ୍ନାଇ ସୁପରକିଙ୍ଗ୍ସ ସହ ଯିବେ ନାହିଁ ହରଭଜନ ସିଂ
ମୁମ୍ବାଇ: IPL ୨୦୨୦ ପାଇଁ ୟୁଏଇରେ ପହଞ୍ଚିଲେ ତିନିଟି ଦଳ। ପ୍ରଥମ ଦଳ ଭାବେ ଦୁବାଇରେ ପହଞ୍ଚିଛି କିଙ୍ଗ୍ସ ଇଲେଭେନ୍ ପଞ୍ଜାବ । ସେପଟେ ରାଜସ୍ଥାନ ରୟାଲ୍ସ, କୋଲକତା ନାଇଟ୍ ରାଇଡର୍ସର ଖେଳାଳି ମଧ୍ୟ ୟୁଏଇରେ ପହଞ୍ଚିସାରିଛନ୍ତି । ଆଜି ଆଉ କିଛି ଦଳ ୟୁଏଇ ଅଭିମୁଖେ ଯାତ୍ରା କରିବେ ।
ସେପଟେ ମାଆଙ୍କ ଅସୁସ୍ଥତା କାରଣରୁ ଚେନ୍ନାଇ ସୁପରକିଙ୍ଗ୍ସ ସହ ବର୍ତ୍ତମାନ ଦୁବାଇ ଯିବେ ନାହିଁ ହରଭଜନ ସିଂହ । ୟୁଏଇରେ ପହଞ୍ଚିବା ପରେ ପ୍ରତି ଫ୍ରାଞ୍ଚାଇଜ୍ର ଖେଳାଳି ଓ ସପୋର୍ଟ ଷ୍ଟାଫ୍ଙ୍କୁ ଜୈବ ନିରାପତ୍ତା ପରିଧି ମଧ୍ୟରେ ରଖାଯାଇଛି । ଇଂଲଣ୍ଡର ନିରାପତ୍ତା ଓ ସୁରକ୍ଷା କମ୍ପାନୀ ରିଷ୍ଟ୍ରାଟାକୁ ମିଳିଛି ଜୈବ ନିରାପତ୍ତା ଦାୟିତ୍ୱ ।
କୋଭିଡ୍ ନିୟମକୁ କଡାକଡି ଭାବେ ଅନୁପାଳନ କରିବାକୁ ଖେଳାଳିଙ୍କୁ ପରାମର୍ଶ ଦେଇଛି ବିସିସିିଆଇ । IPLର ୧୩ତମ ସଂସ୍କରଣରେ ୫୩ଦିନରେ ୬୦ଟି ମ୍ୟାଚ୍ ଖେଳାଯିବ । ନଭେମ୍ବର ୧୦ରେ ରହିଛି ଫାଇନାଲ ମ୍ୟାଚ୍ । କରୋନା ସମୟରେ IPLର ଆୟୋଜନ କରାଯାଉଥିବାବେଳେ ଭାରତୀୟ କ୍ରିକେଟ ବୋ଼ର୍ଡ ପକ୍ଷରୁ ଏସ୍ଓପି ଜାରି କରାଯାଇଛି ।