ମା କୋଳରେ ସାରା ଦୁନିଆ, ଦେଖନ୍ତୁ ମାଆ ମମତାର ଏକ ସୁନ୍ଦର ଦୃଶ୍ୟ

ମାଆ ତା ନାଁ ଯେମିତି ତାର ସ୍ନେହ ବି ସେମିତି। କଥାରେ ଅଛି ମାଆ ଯାହାର ଅଛି ସାହା ତାର ଅଛି। ମା ନାମଟି ଯେତିକି ମଧୁର ତାର ମମତା ମଧ୍ୟ ତା ଠାରୁ ଅଧିକ ମଧୁର। କଷ୍ଟ ହେଲେ ଯିଏ ଆହା ବୋଲି କହି କୋଳେଇ ନିଏ ସେ ହେଉଛି ମାଆ। ମାର ମମତା ବିଷୟରେ ଯେତେ କହିଲେ ବି ସରିବନାହିଁ। ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ମାଆର ମମତାର ଏକ ସୁନ୍ଦର ଦୃଶ୍ୟ। ଯାହାକୁ ଦେଖିଲେ ଆପଣ ଜାଣିପାରିବେ ଯେ ମା କୋଳରେ ସାରା ଦୁନିଆ।

ଭିଡିଓରେ ଆପଣ ଦେଖିପାରୁଥିବେ ମୂଷଳ ଧାରାରେ ବର୍ଷା ହେଉଛି। ଆଉ ମା କୁକୁଡାଟି ତାର ଡେଣାରେ ଛୋଟ ଛୁଆଙ୍କୁ ଘୋଡାଇ ରଖିଛି। ମାଆ କୁକୁଡାଟି ଥରେ ହେଲେ ବି ନିଜ କଥା ଚିନ୍ତା ନ କରି ତାର ପିଲାମାନଙ୍କ ପାଇଁ ଢ଼ାଲ ହୋଇ ଛିଡା ହୋଇଗଲା। ନିଜେ ବର୍ଷା ପାଣିରେ ଭିଜି କୁଙ୍କୁରୀ କାଙ୍କୁରୀ ହେଉଛି କିନ୍ତୁ ନିଜ ପିଲାଙ୍କ ପାଇଁ ସାହାରା ହୋଇ ଛିଡା ହୋଇଛି। କୁକୁଡାଟି ଯେମିତି ଛିଡା ହୋଇଛି ଲାଗୁଛି ଯେମିତି ସେ ଭାବୁଛି ମୁଁ ଅଛି, ତୁମ ମା’ ଯେତେ ପର୍ଯ୍ୟନ୍ତ ତୁମ ସାଥିରେ ଥିବ ତୁମ ମାନଙ୍କର କିଛି ବି କ୍ଷତି ହେବନି। ସତରେ ଏ ଦୃଶ୍ୟ ଦେଖିଲେ ଦୁନିଆର ସବୁ ମାଆଙ୍କ ପାଇଁ ସମ୍ମାନ ଆହୁରି ବଢ଼ି ଯାଉଛି।

ଯେଉଁମାନେ ବୃଦ୍ଧା ଅବସ୍ଥାରେ ନିଜ ବାପା ମାଆଙ୍କୁ ନିଜ ଠାରୁ ଅଲଗା କରିଦେଉଛ ଆଉ ରାସ୍ତାରେ ଫୋପାଡି ଦେଉଛ ସେମାନେ ଏ ଦୃଶ୍ୟକୁ ଟିକେ ଭଲ କରି ଦେଖନ୍ତୁ। ଦୁନିଆରେ ସବୁ କିଛି ମିଳିବ କିନ୍ତୁ ମାଆର ମମତା କେବେ ବି ମିଳିପାରିବନାହିଁ।

Leave A Reply

Your email address will not be published.