ସାଜିଦ ଖାନଙ୍କ ଉପରେ ଯୌନ ଶୋଷଣ ମାମଲା ଆଣିଲେ ମଡେଲ, ଫିଲ୍ମରେ ରୋଲ ଦେବାକୁ କହି ୧୭ ବର୍ଷ ବୟସରେ କରିଥିଲେ ଶୋଷଣ

୨୦୧୮ରେ ବଲିଉଡରେ ମି ଠୁ ମୁଭମେଣ୍ଟ ଖୁବ୍‌ ଜୋର ସୋରରେ ଟେଣ୍ଡିଂରେ ଥିଲା। ସେହି ସମୟରେ ନିର୍ଦ୍ଦେଶକ ସାଜିଦ ଖାନଙ୍କ ଉପରେ ଜଣେ ପତ୍ରକାରଙ୍କ ସମେତ ଅନେକ ମଡେଲ ଏବଂ ଅଭିନେତ୍ରୀ ଯୌନ ଶୋଷଣର ଅଭିଯୋଗ କରିଥିଲେ। ଯାହାଫଳରେ ତାଙ୍କୁ ‘ହାଉସଫୁଲ ୪’ ନିର୍ଦ୍ଦେଶନାରୁ ହଟାଇ ଦିଆଗଲା। ସାଜିଦ ସାର୍ବଜନିକ ରୂପରେ ବହୁତ କମ୍‌ ନଜର ଆସନ୍ତି। ଏବେ ଆଉ ଜଣେ ମଡେଲ ସାଜିଦଙ୍କ ଉପରେ ଯୌନ ଶୋଷଣର ଅଭିଯୋଗ ଲଗାଇଛନ୍ତି। ମଡେଲଙ୍କ ନାଁ ହେଉଛି ପାଉଲା। ସେ ନିଜ ଇନଷ୍ଟାଗ୍ରାମରେ ଏକ ଲମ୍ବା ଚଉଡା ପୋଷ୍ଟ ଲେଖିଛନ୍ତି।

ପାଉଲା ଜଣାଇଛନ୍ତି ଯେ ସେ ମିଠୁ ମୁଭମେଣ୍ଟ ସମୟରେ ଚୁପ ରହିଥିଲେ କାରଣ ଇଣ୍ଟଷ୍ଟ୍ରୀରେ ତାଙ୍କର କେହି ଗଡଫାଦର ନାହାନ୍ତି ଏବଂ ପରିବାର ପାଇଁ ତାଙ୍କୁ କାମ କରିବା ଜରୁରୀ ଥିଲା। ଏବେ ତାଙ୍କ ବାପା-ମାଆ ତାଙ୍କ ସହିତ ନାହାଁନ୍ତି ଏବେ ସେ ଆରାମରେ ନିର୍ଦ୍ଦେଶକଙ୍କ ବିରୁଦ୍ଧରେ କହିପାରିବେ। ପାଉଲା ଅଭିଯୋଗ କରିଛନ୍ତି ଯେ ୧୭ ବର୍ଷ ବୟସରେ ତାଙ୍କ ସହିତ ଯୌନ ଶୋଷଣ ହୋଇଥିଲା।

sajid khanସେ କହିଛନ୍ତି ଯେତେବେଳେ ମିଠୁ ମୁଭମେଣ୍ଟ ଆରମ୍ଭ ହୋଇଥିଲା, ସେତେବେଳେ ବହୁତ ଲୋକ ସାଜିଦ ଖାନଙ୍କ ବିରୁଦ୍ଧରେ କହିଥିଲେ କିନ୍ତୁ ମୁଁ ସାହସ ଦେଖାଇପାରୁନଥିଲି। ପରିବାରକୁ ଦେଖି ମୁଁ ଚୁପ ରହିଥିଲି। ଏବେ କିନ୍ତୁ ମୁଁ ଆଉ ଚୁପ ରହିପାରିବି ନାହିଁ ମୁହଁ ଖୋଲିବାକୁ ବାଧ୍ୟ ହେଉଛି ଯେ ୧୭ ବର୍ଷ ବୟସରେ ସାଜିଦ ଖାନ ମୋ ସହିତ ଯୌନ ଶୋଷଣ କରିଥିଲେ।

ସେ ନିଜ ଅଭିଯୋଗରେ ଜଣାଇଛନ୍ତି ଯେ ସାଜିଦ ତାଙ୍କୁ ଖରାପ ଶବ୍ଦ ବ୍ୟବହାର କରୁଥିଲେ। ତାଙ୍କ ଅଙ୍ଗକୁ ବିନା କାରଣରେ ସ୍ପର୍ଶ କରୁଥିଲେ। କେବଳ ଏତିକି ନୁହେଁ ତାଙ୍କ ସାମ୍ନାରେ ଡ୍ରେସ ଖୋଲିବାକୁ ବି କହିଥିଲେ। ଯାହାପରେ ଯାଇ ସେ ତାଙ୍କୁ ଫିଲ୍ମ ‘ହାଉସଫୁଲ ୪’ରେ ରୋଲ ଦେବେ। ଆଉ ଏମିତି ସେ କେତେ ଜଣ ଝିଅଙ୍କ ସହିତ କରିଛନ୍ତି ତା କେବଳ ଭଗବାନ ଜାଣିଥିବେ।

ଯେତେବେବେଳ ତାଙ୍କ ସହିତ ଯୌନ ଶୋଷଣ ହେଲା ସେତେବେଳେ ସେ ବହୁତ ସାନ ଥିଲେ ଆଉ ଏହା ତାଙ୍କ ଉପରେ ବହୁତ ଖରାପ ପ୍ରଭାବ ପକାଇଲା। ସାଜିଦଙ୍କୁ ନିହାତି ଭାବରେ ଜେଲ ହେବା ଉଚିତ ବୋଲି କହିଛନ୍ତି ମଡେଲ ଜଣଙ୍କ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.