ଖୋଲିଲା ଅକ୍ଷରଧାମ, ଆଜିଠୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ

କରୋନା ଯୋଗୁ ଦୀର୍ଘଦିନ ଧରି ବନ୍ଦ ଥିବା ବିଶ୍ୱ ପ୍ରସିଦ୍ଧ ଅକ୍ଷରଧାମ ମନ୍ଦିର ପୁଣିଥରେ ଭକ୍ତଙ୍କ ପାଇଁ ଖୋଲିବାକୁ ଯାଉଛି। ଆଜିଠୁ ଶ୍ରଦ୍ଧାଳୁ ମନ୍ଦିରରେ ପ୍ରବେଶ କରିପାରିବେ। ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମନ୍ଦିର ତରଫରୁ କେତେକ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଏହି ଗାଇଡ୍‌ଲାଇନ୍‌ ମୁତାବକ ପରୀକ୍ଷଣ ପରେ ହିଁ ଶ୍ରଦ୍ଧାଳୁଙ୍କୁ ମନ୍ଦିରରେ ପ୍ରବେଶ ପାଇଁ ଅନୁମତି ମିଳିବ।

ଆସନ୍ତୁ ଜାଣିବା ମନ୍ଦିରରେ ପ୍ରବେଶ ପାଇଁ କ’ଣ ରହିଛି ନିୟମ:

  • ମନ୍ଦିରକୁ ଯାଉଥିବା ଶ୍ରଦ୍ଧାଳୁଙ୍କ ପାଇଁ ମାସ୍କ ପିନ୍ଧିବା ଜରୁରୀ।
  • ଏହା ବ୍ୟତୀତ ଏଣ୍ଟ୍ରି ଗେଟ୍‌ରେ ଥର୍ମାଲ ଚେକିଂ ହେବ।
  • ସମସ୍ତ ଶ୍ରଦ୍ଧାଳୁ ନିଜ ସହ ହ୍ୟାଣ୍ଡ ସାନିଟାଇଜର ରଖିବାକୁ ବାଧ୍ୟ।
  • ଏଥିସହ ସୋସିଆଲ ଡିସ୍‌ଟାନ୍ସିଂ ପାଳନ କରିବା ଅନିବାର୍ଯ୍ୟ।
  • ଓ୍ଵାଟର ଶୋ’ ବେଳେ ସାମାଜିକ ଦୂରତ୍ୱ ପାଳନ କରଯିବ।
  • ଦର୍ଶକଙ୍କ ମଧ୍ୟରେ ୬ ଫୁଟ୍‌ ଦୂରତା ରଖିବା ଓ ସାନିଟାଇଜର ରଖିବା ବାଧ୍ୟତାମୂଳକ କରାଯାଇଛି।

akhyaradham

ଶ୍ରଦ୍ଧାଳୁ ସନ୍ଧ୍ୟା ୫ଟାରୁ ୬.୩୦ ମଧ୍ୟରେ ମନ୍ଦିରରେ ପ୍ରବେଶ କରିପାରିବେ। ସାଢ଼େ ୬ଟା ପରେ ମନ୍ଦିରରେ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ। ଏହା ବ୍ୟତୀତ ରାତି ୮.୧୫ ମଧ୍ୟରେ ମନ୍ଦିର ବନ୍ଦ କରିଦିଆଯିବ। ତେବେ ମନ୍ଦିରରେ ୫୦ ପ୍ରତିଶତ ଲୋକଙ୍କୁ ପ୍ରବେଶ ଅନୁମତି ମିଳିବ ବୋଲି ମନ୍ଦିର ତରଫରୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.