ବଲିଉଡ୍ର କିଙ୍ଗ୍ ଭାବେ ପରିଚିତ ଶାହାରୁଖ୍ ଖାନ୍ ଏବଂ ତାଙ୍କ ପତ୍ନୀ ଗୌରୀ ଖାନ୍ ଆଜି ୨୯ ତମ ବିବାହ ବାର୍ଷିକୀ ପାଳନ କରୁଛନ୍ତି। ଏହି ଯୋଡି ବଲିଉଡ୍ର ସବୁଠାରୁ ଲୋକପ୍ରିୟ ଯୋଡ଼ିମାନଙ୍କ ମଧ୍ୟରେ ଅନ୍ୟତମ। ଏହି ଦମ୍ପତି ଏକାଠି ଜୀବନର ବହୁ ଝଡ଼ଝଞ୍ଜାକୁ ସାମ୍ନା କରିଛନ୍ତି।
They define love for me♥️
King and his queen. #29YearsOfSRKGauri pic.twitter.com/nvXs69rWPu— 𝒎𝒓𝒔.𝒌𝒉𝒂𝒏♔︎ (@Iam_Mrskhan) October 24, 2020
ଶାହରୁଖ ଓ ଗୌରୀ ଭିନ୍ନ ଭିନ୍ନ ଧର୍ମର। ଅନେକ ଥର ସେମାନଙ୍କୁ ଧର୍ମ ବିଷୟରେ ପ୍ରଶ୍ନ କରାଯାଏ। କିଛି ଦିନ ପୂର୍ବରୁ ଏକ ଟିଭି ଶୋ’ରେ ଶାହରୁଖ କହିଥିଲେ ଆମ ପରିବାରରେ କେବେ ବି ହିନ୍ଦୁ ମୁସଲମାନ୍ କଥା ଉଠେନି। ମୋ ସ୍ତ୍ରୀ ହିନ୍ଦୁ, ମୁଁ ମୁସଲମାନ ଓ ମୋ ଛୁଆମାନେ ହିନ୍ଦୁସ୍ତାନୀ।
Wishing very Happy Marriage Anniversary to My Shah nd his Queen Gauri Khan.. 29 Years complete of a great love story,, they didn’t find rich one but they both become the richest couple together, 29 Years of ShahGauri, love you both❤️🎂🎂😘😘 @iamsrk @gaurikhan #29YearsOfSRKGauri pic.twitter.com/0sh4iRmMaP
— Srkian❤Shweta (@IamShweta21) October 24, 2020
They define TOGETHERNESS ❤️@iamsrk @gaurikhan #29YearsOfSRKGauri pic.twitter.com/x5wxBkHmNE
— Shivram SRK Krishna (@ShivrammJEE) October 24, 2020
ଆଜି ଶାହରୁଖ ଓ ଗୌରୀଙ୍କ ବିବାହ ବାର୍ଷିକୀରେ ତାଙ୍କ ଫ୍ୟାନ୍ମାନେ ଟ୍ଵିଟ୍ କରି ଶୁଭେଚ୍ଛା ଜଣାଉଥିବା ଦେଖାଯାଇଛି। ଶାହରୁଖ ଓ ଗୌରୀଙ୍କୁ ପ୍ରକୃତ ପ୍ରେମର ଉଦାହରଣ ବୋଲି ଫ୍ୟାନ୍ମାନେ କହିଛନ୍ତି। ଏଥିସହ ଭଗବାନ ତାଙ୍କୁ ସବୁବେଳେ ଆଶୀର୍ବାଦ କରନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି।
Wishing the power pair, an epitome of pure love @gaurikhan & @iamsrk a perfectly happy day. May God bless you both with forever togetherness and happiness.#29YearsOfSRKGauri pic.twitter.com/PmrnsJxjJK
— MAYUR PANDYA (@MAYURPA66804530) October 24, 2020
ସୂଚନାଯୋଗ୍ୟ ଯେ ୧୯୯୧ ମସିହା ଅକ୍ଟୋବର ୨୫ ତାରିଖରେ ଶାହାରୁଖ ଓ ଗୌରୀଙ୍କ ବିବାହ ହୋଇଥିଲା। ସେମାନଙ୍କର ୩ଟି ପିଲା ମଧ୍ୟ ଅଛନ୍ତି।