ତୁର୍କୀ ଓ ଗ୍ରୀସରେ ଭୟଙ୍କର ଭୂମିକମ୍ପ: ମୃତ୍ୟୁ ସଂଖ୍ୟା ୨୬କୁ ବୃଦ୍ଧି ଓ ୮୦୦ ଗୁରୁତର, ଦେଖନ୍ତୁ ସେହି ଛାତି ଥରା ଭିଡିଓ

ତୁର୍କୀ: ତୁର୍କୀରେ ଓ ଗ୍ରୀସରେ ଭୟଙ୍କର ଭୂମିକମ୍ପ। ପାଖାପାଖି ୮୦୦ ଶହ ଗୁରୁତର ଆହତ। ତୁର୍କୀର ଏଜିୟନ୍‌ ଉପକୂଳରେ ଆଜି ୭.୦ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପରେ  ୨୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ  ଅନେକ କୋଠା ଭୁଶୁଡ଼ି ପଡ଼ିଛି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ତୁର୍କୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ଏଜିୟନ ସାଗରରେ ଆସିଥିବା ଏହି ଭୂକମ୍ପର ଗଭୀରତା ୧୬.୫ କିଲୋମିଟର ରହିଥିଲା। ମୃତାହତଙ୍କ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ଏବଂ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ଗ୍ରୀସ୍‌ର ସାମୋସ ସହର ଏବଂ ତୁର୍କୀର ଇଜ୍‌ମୀର ସହରରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ତେବେ ତୁର୍କୀରେ ଭୂମିକମ୍ପ ପରେ ସୁନାମି ଆସିଛି ।

ମିଳିଥିବା ଖବର ମୁତାବକ, ସୁନାମୀରେ କୌଣସି କ୍ଷୟକ୍ଷତି ହୋଇନାହିଁ। ଭୂକମ୍ପର ତୀବ୍ର ଝଟ୍‌କା ଅନୁଭୂତ ହେବାମାତ୍ରେ ଲୋକେ ଭୟରେ ଘର ଛାଡ଼ି ବାହାରକୁ ପଳାଇ ଆସିଥିଲେ ଏବଂ ତଟବର୍ତ୍ତୀ ଅଂଚଳରୁ ଯୁଦ୍ଧକାଳୀନ ଭିତ୍ତିରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.