ଏମିତି ଏକ ବିବାହ, ଯେଉଁଠି କନ୍ୟା ଏତେ ମେକଅପ କରିଥାଏ କି ବର ଚେହେରା ଛୁଇଁ ଚିହ୍ନଟ କରେ କନ୍ୟାକୁ

ବିବାହ ଏକ ପବିତ୍ର ବନ୍ଧନ, ଯେଉଁଥିରେ ଦୁଇଜଣ ଲୋକ ଗୋଟିଏ ସମ୍ପର୍କରେ ବାନ୍ଧି ହୋଇଯାଆନ୍ତି। ବିବାହକୁ ନେଇ ଅନେକ ସ୍ଥାନରେ ଅନେକ ନୀତିନିୟମ ସବୁ ପ୍ରଚଳିତ ରହିଛି। ତେବେ କିଛି ପରମ୍ପରା ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

couple5

ବଲଗେରିଆରେ ଏମିତି ହିଁ ଏକ ଅଦ୍ଭୁତ ପରମ୍ପରା ରହିଛି। ଏଠି ବିବାହରେ କନ୍ୟାର ମେକଅପ ଏତେ ଅଜବ ହୋଇଥାଏ ଯେ ବର ନିଜେ ମଧ୍ୟ ଧୋକା ଖାଇଯାଏ। କନ୍ୟା ନିଜ ଚେହେରାରେ ଏକ ଖାସ ପ୍ରକାରର ପେଣ୍ଟ କରାଇ ସଜେଇ ହୋଇ ରହିଥାଏ। ଏହି ପେଣ୍ଟକୁ ‘ଗ୍ୟାଲେନା’ କୁହାଯାଏ।

couple4

କେବଳ ଏତିକି ନୁହେଁ, କନ୍ୟା ନିଜ ଚେହେରାରେ ଫୁଲ ଏବଂ ଚୁମିକି ମଧ୍ୟ ଲଗାଇଥାଏ। ପ୍ରସ୍ତୁତ ହୋଇ କନ୍ୟା ପୂରା ଗାଁ ଲୋକଙ୍କ ସାମ୍ନାକୁ ଆସିଥାଏ। କିନ୍ତୁ ସେ କାହାକୁ ଦେଖିପାରି ନ ଥାଏ। କାହିଁକି ନା, ତା’ ଆଖି ପେଣ୍ଟରେ ଢ଼ାଙ୍କି ହୋଇ ରହିଥାଏ। କନ୍ୟା ସେ ପର୍ଯ୍ୟନ୍ତ ନିଜ ଆଖି ଖୋଲି ନ ଥାଏ, ଯେ ପର୍ଯ୍ୟନ୍ତ ମୌଲାନା ଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ ନ କରିଛନ୍ତି।

couple3

couple

ବର, କନ୍ୟାର ମୁଁହକୁ ଛୁଇଁକି ବିଶ୍ୱାସ କରିଥାଏ ଯେ ଏହା ଅସଲି ଅଟେ। ଏହା ଏଥିପାଇଁ କରାଯାଇଥାଏ, ଯେପରି ସମସ୍ତଙ୍କ ନଜର କନ୍ୟା ଉପରେ ରହିପାରିବ। ବିବାହ ଦିନ ବର ସାଧାରଣ କପଡ଼ା ପିନ୍ଧିଥାଏ। ଶେଷରେ କନ୍ୟାକୁ ବରର ଘରକୁ ଯିବା ପାଇଁ ଅନୁମତି ଦିଆଯାଇଥାଏ।

Leave A Reply

Your email address will not be published.