ଏସି ବନ୍ଦ ହେଲେ ମା’ଙ୍କ ମୂର୍ତ୍ତିରୁ ବାହାରିଥାଏ ଝାଳ, ଜାଣିଛନ୍ତି କି କେଉଁଠି ଅଛି ଏହି ଚମତ୍କାରୀ ମନ୍ଦିର ?

ମଧ୍ୟପ୍ରଦେଶର ଜବଲପୁରରେ ମାତା କାଳୀଙ୍କର ଏକ ପୂରାତନ ମନ୍ଦିର ରହିଛି । ଏହାକୁ ଏକ ଐତିହାସିକ ଏବଂ ଚମତ୍କାରୀ ମନ୍ଦିର ମଧ୍ୟ କୁହାଯାଏ । କାରଣ ଏଠାରେ ଅନେକ ସମୟରେ ଏମିତି କିଛି ଘଟଣା ଆଖି ସାମ୍ନାରେ ଘଟିଯାଏ ଯାହାକୁ ଦେଖିଲେ ନିଜ ଆଖିକୁ ମଧ୍ୟ ବିଶ୍ବାସ କରିହେବ ନାହିଁ ।

ଏମିତି ମଧ୍ୟ କିଛି ଲୋକଙ୍କ ସହ ସେତେବେଳେ ହୋଇଥିଲା ଯେତେବେଳେ ମନ୍ଦିରର ଏସି ବନ୍ଦ ହେବାରୁ ମା’ଙ୍କ ଶରୀରରୁ ଝାଳ ବାହାରିଥିଲା । ତେବେ ଏହା ପ୍ରଥମ ଥର ହୋଇନଥିଲା । ଏହା ପୂର୍ବରୁ ମଧ୍ୟ ଅନେକ ଥର ଦେଖିବାକୁ ମିଳିଛି ଏସି ବନ୍ଦ ହେବା ମାତ୍ରେ ମା’ଙ୍କ ମୂର୍ତ୍ତିରୁ ଝାଳ ବାହାରେ ।  ଜବଲପୁରରେ ପ୍ରାୟ ୬୦୦ ବର୍ଷ ପୂର୍ବେ ମା’ କାଳୀଙ୍କର ଏହି ଭବ୍ୟ ପ୍ରତିମାକୁ ଗୋଣ୍ଡବାନା ସାମ୍ରାଜ୍ୟ ସମୟରେ ସ୍ଥାପିତ କରାଯାଇଥିଲା ।

କୁହାଯାଏ ସେବେଠାରୁ ମାତାଙ୍କ ପ୍ରତିମାଙ୍କୁ ଟିକିଏ ବି ଗରମ ହେଲେ ସହି ପାରନ୍ତିନି ଏବଂ ମୂର୍ତ୍ତିରେ ଝାଳ ବାହାରିଥାଏ । ତେଣୁ ଏହାକୁ ଆଖି ଆଗରେ ରଖି ମନ୍ଦିରରେ ଏସି ଲଗାଗଲା, ଯାହା ଫଳରେ ମା’ଙ୍କୁ ଗରମ ଲାଗିବନାହିଁ । ସେବେଠାରୁ ସବୁବେଳେ ମନ୍ଦିରରେ ଏସି ଲାଗିଥାଏ । ଯଦି କେବେ କୌଣସି କାରଣରୁ ଏସି ଚାଲି ପାରେନି କିମ୍ବା ବିଜୁଳି କଟିଯାଏ ତେବେ ମୂର୍ତ୍ତିରୁ ବାହାରୁଥିବା ଝାଳ ସଫା ସଫା ଦେଖାଯାଏ । ତେବେ ଏହାର କାରଣ ଖୋଜିବାକୁ ଚେଷ୍ଟା କରିଛନ୍ତି ବିଶେଷଜ୍ଞ । ହେଲେ ବିଜ୍ଞାନରେ ବି ନାହିଁ ଏହି ପ୍ରଶ୍ନର ଉତ୍ତର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.