ଗରମ ହେଲା MacBook ଚାର୍ଜର, ତ ଅଟା ରଖି ବନାଇଦେଲେ କୁକୀଜ୍‌, ଫଟୋ ପୋଷ୍ଟ ହେଉ ହେଉ ସୋସିଆଲ ମିଡିଆରେ ଭାଇରାଲ

ଜଣେ ଟୁଇଟର ୟୁଜର ପାଓ୍ଵାର ଆଡପ୍ଟରକୁ ଏମିତି ଭାବେ ଉପଯୋଗ କରିଛନ୍ତି, ଯାହାକୁ ଦେଖି ଲୋକେ ନିଜ ହସ ରୋକିପାରୁ ନାହାନ୍ତି। ୟୁଜର ଜଣକ ନିଜ ପାଓ୍ଵାର ଆଡପ୍ଟରର ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଲସ୍‌ ଏଞ୍ଜେଲସ୍‌ର ଟୁଇଟର ୟୁଜର Maya (@MIA_mea_) ଫଟୋ ଶେୟାର କରି ଦେଖାଇଛନ୍ତି କି, କେମିତି MacBook ଚାର୍ଜର ବ୍ୟବହାର କରି କୁକୀଜ୍‌ ବନାଯାଇ ପାରିବ।

ୟୁଜର ନିଜ ଓଭର୍‌ହିଟ ଚାର୍ଜରରେ କୁକୀଜ୍‌ ବନାଇବା ପାଇଁ ଅଟା ରଖିଥିଲେ ଏବଂ ଚାର୍ଜରକୁ ଲଗାତାର ବ୍ୟବହାର କରିବାରୁ ତାହା କିଛି ସମୟ ପରେ ଗରମ ହୋଇ ଅଟାକୁ ବେକ୍‌ କରିଦେଇଥିଲା। ସୋସିଆଲ ମିଡିଆରେ ଶେୟାର କରାଯିବା ପରେ ଏହି ପୋଷ୍ଟ୍‍କୁ ଅନେକ ଲୋକ ପସନ୍ଦ କରୁଛନ୍ତି। ଏ ପର୍ଯ୍ୟନ୍ତ ଏହାକୁ ୩.୨ ଲକ୍ଷରୁ ଅଧିକ ଲାଇକ୍ସ ମିଳିସାରିଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.