ପିଲାଙ୍କ ସିଲାବସରେ ସାମିଲ ହେବ କପିଲ ଶର୍ମାଙ୍କ ଜୀବନୀ, ଛାତ୍ରଛାତ୍ରୀଙ୍କ ପାଇଁ ସାଜିବେ ପ୍ରେରଣା

କମେଡି କିଙ୍ଗ କପିଲ ଶର୍ମାଙ୍କୁ ତ ଆପଣ ଜାଣିଥିବେ। ତାଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ। କାହିଁକିନା ପିଲାଙ୍କ ଠାରୁ ବୃଦ୍ଧ ପର‌୍ୟ୍ୟନ୍ତ, ସମସ୍ତେ ତାଙ୍କ କମେଡିର ଦିୱାନା, ହସେଇ ହସେଇ ବେଦମ୍ କରିଦିଅନ୍ତି ସେ। କିନ୍ତୁ ଏହି ପରିଚୟ ପାଇବା ତାଙ୍କ ପାଇଁ ସହଜ ନିଥିଲା।ଅନେକ ଉତ୍ଥାନ ପତନ ପରେ କପିଲ ତାଙ୍କ ନାମ ଅର୍ଜନ କରିପାରିଛନ୍ତି। ସେହିପରି କପିଲ ଶର୍ମାଙ୍କ ଜୀବନୀ ଶିଶୁ ପୁସ୍ତକରେ ସ୍ଥାନ ପାଇଛି। ଆଜ୍ଞା ହଁ ଚତୁର୍ଥ ଶ୍ରେଣୀର ଜି.କେ ବହିରେ କପିଲ ଶର୍ମାଙ୍କ ଚ୍ୟାପ୍ଟର ସାମିଲ ହୋଇଛି ।

ଏହାର ଏକ ଫଟୋ ଇନଷ୍ଟାଗ୍ରାମରେ କପିଲଙ୍କ ଫ୍ୟାନ୍ ପେଜ୍ ଦ୍ୱାରା ସେୟାର କରାଯାଇଥିଲା। ଯାହାକୁ କପିଲ ତାଙ୍କ ଇନଷ୍ଟା ଷ୍ଟୋରୀରେ ସେୟାର କରିଛନ୍ତି। ସେୟାର ହୋଇଥିବା ଫଟୋରେ ଏହା ଦେଖାଯାଇଛି ଯେ କପିଲ ଶର୍ମାଙ୍କ ଚ୍ୟାପ୍ଟର ଏକ ବହିରେ ଛପା ଯାଇଛି। ଯେଉଁଥିରେ ତାଙ୍କ ଫଟୋ ମଧ୍ୟ ଲଗାଯାଇଛି। ସେହିପରି ଦ୍ୱିତୀୟ ଫଟୋରେ କପିଲଙ୍କ ସହ ନବଜୋତ ସିଂ ସିଦ୍ଧୁ ମଧ୍ୟ ନଜର ଆସିଛନ୍ତି। କପିଲଙ୍କ ଫ୍ୟାନ୍ସମାନେ ଏହି ପୋଷ୍ଟକୁ ବହୁତ ପସନ୍ଦ କରୁଛନ୍ତି।

SHARMAଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ପଞ୍ଜାବର ଅମୃତସର ସହରରୁ ଯାତ୍ରା ଆରମ୍ଭ କରିଥିବା କପିଲଙ୍କୁ ବହୁତ ସଂଘର୍ଷ କରିବାକୁ ପଡିଥିଲା ଲୋକଙ୍କ ମନରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ। ଆଜି ସେ ଭାରତର ୧ ନମ୍ବର ହାସ୍ୟ ଅଭିନେତା ଭାବରେ ଜଣାଶୁଣା। କପିଲଙ୍କ ସୋ’ କିଛି ମାସ ପୂର୍ବରୁ ବନ୍ଦ ହୋଇଯାଇଥିଲା। ସେହିପରି ବହୁତ ଶୀଘ୍ର କପିଲ ନେଟଫ୍ଲିକ୍ସରେ ନିଜର ନୂଆ କମେଡି ସୋ’ ନେଇ ଆସୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.