ଏମିତି ମିଛ ଯାହା କରୋନାକୁ ହରାଇ ଦେଲା, ଆଉ ଏମିତି ସତ ଯାହା ଚେହେରାରେ ଫୁଟାଇଲା ହସ, ଜାଣନ୍ତୁ ସଂକ୍ରମଣରୁ ସୁସ୍ଥ ହୋଇଥିବା ଏକ ପରିବାରର କାହାଣୀ

କୁହନ୍ତି, ମିଛ କହିବା ମହାପାପ। କିନ୍ତୁ ଏମିତି ଏକ ମିଛ ସାମ୍ନାକୁ ଆସିଛି, ଯାହା କରୋନା ସଂକ୍ରମିତ ଏକ ପରିବାର ପାଇଁ ସଞ୍ଜିବନୀ ପାଲଟି ଯାଇଛି। ଏହି ମିଛରୁ ମିଳିଥିବା ଶକ୍ତିରୁ ପରିବାରର ୩ ସଦସ୍ୟ ୧୦ ଦିନରେ ହିଁ କରୋନାକୁ ମାତ୍‌ ଦେଇଛନ୍ତି।

ଘଟଣାଟି ଉତ୍ତରପ୍ରଦେଶ ଗୋରଖପୁରର। ବରଗଦଓ୍ଵା ବିକାଶ ନଗରରେ ରହୁଥିବା ଦେବାଂଶ ତାଙ୍କ ମାଆ, ବାପା ଓ ବଡ଼ ଭାଇଙ୍କଠାରେ କରୋନା ଲକ୍ଷଣ ଦେଖିବାକୁ ପାଇଥିଲେ। ସେ ୯ ଏପ୍ରିଲରେ ଆଣ୍ଟିଜେନ୍‌ ଟେଷ୍ଟ କରାଇ ସମସ୍ତଙ୍କୁ ଘରକୁ ପଠାଇ ଦେଇଥିଲେ ଏବଂ ନିଜେ ଏହାର ରିପୋର୍ଟ ପାଖରେ ରଖିଥିଲେ। ରିପୋର୍ଟରେ ୩ ଜଣ ପଜିଟିଭ ବାହାରିଥିଲେ। ଦେବାଂଶ ଘରେ ପହଞ୍ଚିବା ପୂର୍ବରୁ ଡାକ୍ତରଙ୍କ ସହିତ ପରାମର୍ଶ କରି ୩ ଜଣଙ୍କ ପାଇଁ ଔଷଧ କିଣିଥିଲେ।

ଯେତେବେଳେ ସେ ଘରେ ପହଞ୍ଚିଥିଲେ, ତ ହସି ହସି କହିଥିଲେ କି, ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଛି। ଡରିବାର କୌଣସି କାରଣ ନାହିଁ। କିନ୍ତୁ ସଂକ୍ରମଣ ନ ହେବା ପାଇଁ ଡାକ୍ତର ଏହି ଔଷଧ ଦେଇଛନ୍ତି, ଯାହାକୁ ନିୟମିତ ରୂପେ ଖାଇବାର ଅଛି। ସମସ୍ତଙ୍କୁ ଅତି କମ୍‌ରେ ୧୦ ଦିନ ଆଇସୋଲେଶନରେ ରହିବାକୁ ପଡ଼ିବ। କାହା ସହିତ ମିଳାମିଶା ଜରୁରୀ ନୁହେଁ। ସକାଳେ ଓ ସନ୍ଧ୍ୟାରେ ବାମ୍ଫ ନେବାକୁ ହେବ ଏବଂ ଗରମ ପାଣି ପିଇବାକୁ ପଡ଼ିବ। ଏ ସମସ୍ତ କଥା କହି ଦେବାଂଶ ନିଜକୁ ଅନ୍ୟ ଏକ ରୁମ୍‌ରେ ଆଇସୋଲେଟ୍‌ କରି ନେଇଥିଲେ। ଯଦିଓ ତାଙ୍କ ରିପୋର୍ଟ ନେଗେଟିଭ୍‌ ଥିଲା।

ଦେବାଂଶ କହିଥିଲେ କି, ତାଙ୍କ ମାଆ, ବାପା କରୋନା ନାଁ ଶୁଣିଲେ ହିଁ କମ୍ପି ଉଠୁଥିଲେ। ତାଙ୍କ ଭିତରେ ଏହି ରୋଗକୁ ନେଇ ବହୁତ ଭୟ ରହିଛି। ଏଥିପାଇଁ ମୁଁ ତାଙ୍କ ରିପୋର୍ଟ ଲୁଚାଇ ରଖିଥିଲି। ଯଦି କହି ଦେଇଥାଆନ୍ତି, ତ ସମସ୍ତେ ମାନସିକ ରୂପେ ରୋଗାକ୍ରାନ୍ତ ହୋଇପଡ଼ି ଥାଆନ୍ତେ। ମିଛ କହିବାର ଫଳ ଏହା କି, ସମସ୍ତେ ଆଇସୋଲେଶନରେ ଆରାମରେ ରହିଥିଲେ। କିଛି ଲକ୍ଷଣ ଥିଲା, କିନ୍ତୁ ଏଥିରୁ ସେମାନଙ୍କୁ କୌଣସି ସମସ୍ୟା ହୋଇ ନ ଥିଲା, ଯାହାଫଳରେ ସମସ୍ତେ ୧୦ଦିନ ଭିତରେ ହିଁ ନେଗେଟିଭ ହୋଇଗଲେ ଏବଂ ଆଜି ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି। ଯଦିଓ ମାଆ, ବାପା ଅଳ୍ପ ଦୁର୍ବଳ ଅଛନ୍ତି, କିନ୍ତୁ ଧୀରେ ଧୀରେ ଏହା ଚାଲିଯିବ।

ସେ ଆହୁରି କହିଥିଲେ କି, ୧୮ ଏପ୍ରିଲରେ ଦ୍ୱିତୀୟ ଥର ପାଇଁ ଯାଞ୍ଚ କରେଇବା ପରେ ୩ଜଣ ଯାକ ନେଗେଟିଭ ଆସିଥିଲେ। ଯେତେବେଳେ ରିପୋର୍ଟ ନେଗେଟିଭ ଆସିଲା, ତ ଭାଇକୁ ସବୁ ସତକଥା କହି ଦେଇଥିଲି। ପ୍ରଥମେ ସେ ଚକିତ ହୋଇପଡ଼ିଥିଲେ, କିନ୍ତୁ କିଛି ସମୟ ପରେ ଜୋର୍‌ରେ ହସିବାକୁ ଲାଗିଲେ। ଭାଇର ହସ ମୋତେ ସାରା ଜୀବନ ମନେ ରହିବ। ଭାଇ କହିଥିଲେ କି, ଗୋଟିଏ ମିଛ କରୋନାକୁ ହରାଇ ଦେଲା ଏବଂ ଗୋଟିଏ ସତ ଚେହେରାରେ ହସ ଫୁଟାଇଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.