କରୋନା ନିୟମକୁ ଫୁ’: ବିମାନ ଭଡ଼ାରେ ନେଇ ମଝି ଆକାଶରେ ବିବାହ କଲେ ଦମ୍ପତି, ଭାଇରାଲ ହେଉଛି ଭିଡିଓ

ଦେଶରେ କରୋନା ସଂକ୍ରମଣ ଦ୍ରୁତ ବେଗରେ ବଢ଼ିବାରେ ଲାଗିଛି। ଏଣୁ କେତେକ ରାଜ୍ୟରେ ଲକଡାଉନ ଲାଗୁ କରାଯାଇଛି। ଉତ୍ତର ଭାରତ ସହ ଏବେ ଦକ୍ଷିଣ ଭାରତରେ ବି କରୋନା ମାମଲା ବଢ଼ିବାରେ ଲାଗିଛି। ମାତ୍ର ଏବେ ବି ଲୋକମାନେ ବାହା ହେବା ଛାଡୁନାହାନ୍ତି। ବିବାହ ପାଇଁ ଲୋକେ ନୂଆ ନୂଆ ଉପାୟ ଆପଣାଉଥିବା ଦେଖିବାକୁ ମିଳୁଛି। ନିକଟରେ ତାମିଲନାଡୁର ମଦୁରାଇର ଏକ ଦମ୍ପତି ବିବାହ କରିବାକୁ ନିଆରା ଉପାୟ ଆପଣାଇଛନ୍ତି। ଏହି କପଲ ମଝି ଆକାଶରେ ବିମାନରେ ବିବାହ କରିଛନ୍ତି। ସେମାନଙ୍କ ବିବାହ ବେଳର ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଛି।

ମଦୁରାଇର ତୁତୁକୁଟି ଫ୍ଲାଇଟରେ ଏହି ବିବାହ ହୋଇଛି। କରୋନା କଟକଣାକୁ ଫୁ କରି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏହି ଦମ୍ପତି। ବିମାନ ମିନାକ୍ଷୀ ମନ୍ଦିର ଉପରେ ଉଡିବା ବେଳେ ବିବାହ ସମ୍ପନ୍ନ ହୋଇଛି। ତେବେ ବିମାନରେ ବିବାହ ବେଳେ କେହି ବି ମାସ୍କ ପିନ୍ଧି ନଥିବା ଦେଖିବାକୁ ମିଳିଛି। ସେହିପରି ସାମାଜିକ ଦୂରତ୍ୱ ବି ଅନୁପାଳନ ହୋଇନଥିବା ନଜର ଆସିଛି। ବିମାନରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।

wedding 2
Image Credit: abplive

ଏହି ବିବାହର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଭିଡିଓରେ ଉଭୟ ବର କନ୍ୟା ସଜବାଜ ହୋଇଥିବା ଦେଖାଯାଇଛି। କିନ୍ତୁ କରୋନା ଗାଇଡଲାଇନ ଉଲ୍ଲଂଘନ କରିଥିବାରୁ ଏମାନଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ତାହା ଏବେ ଯାଏଁ ଜଣାପଡ଼ିନାହିଁ।

Leave A Reply

Your email address will not be published.