ଫ୍ରେଞ୍ଚ ଓପନ ୨୦୨୧ର ଟାଇଟଲ୍ ଜିତିଲେ ନୋଭାକ ଜାକୋଭିକ୍, ମିଲିଲା କ୍ଯାରିଅରର ୧୯ତମ ଗ୍ରାଣ୍ଡସ୍ଲାମ ଟାଇଟଲ

ଫ୍ରେଞ୍ଚ ଓପନ ୨୦୨୧ର ଟାଇଟଲ୍ ଜିତିଲେ ବିଶ୍ୱର ନମ୍ବର ୱାନ ଟେନିସ୍ ଖେଳାଳି ନୋଭାକ ଜାକୋଭିକ୍। ଫାଇନାଲ୍‌ରେ ଷ୍ଟେଫାନୋସ୍ ସିଟସିପାସଙ୍କୁ ହରାଇ କ୍ୟାରିଅରର ୧୯ତମ ଗ୍ରାଣ୍ଡସ୍ଲାମ ଜିତିବାରେ ସଫଳ ହୋଇଛନ୍ତି ।

ତେବେ ଏଥିପାଇଁ ଜୋକଭିକ୍‌ଙ୍କୁ ଷ୍ଟେଫାନୋସ୍ ସିଟସିପାସଙ୍କ ମଧ୍ୟରେ କଡ଼ା ଟକ୍କର ମିଳିଥିଲା। ପ୍ରଥମ ଦୁଇଟି ସେଟ୍ ହାରିବା ପରେ ଜୋକୋଭିକ୍ ଫର୍ମକୁ ଫେରି ଦମଦାର ପ୍ରଦର୍ଶନ କରିଥିଲେ। ଷ୍ଟେଫାନୋସ୍ ସିଟସିପାସଙ୍କୁ ୬-୭, ୨-୬, ୬-୩, ୬-୨, ୬-୪ ସେଟରେ ପରାସ୍ତ କରିଥିଲେ। ଏହା ପୂର୍ବରୁ ସେମି ଫାଇନାଲ୍‌ରେ ରାଫେଲ ନାଦାଲଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ ଜୋକୋଭିକ୍।

ଜୋକୋଭିକଙ୍କ ଏହା ୧୯ତମ ଗ୍ରାଣ୍ଡସ୍ଲାମ ଏବଂ ରୋଜର ଫେଡେରର ଓ ରାଫେଲ ନାଡାଲଙ୍କ ୨୦ ଗ୍ରାଣ୍ଡସ୍ଲାମ୍ ରେକର୍ଡଠୁ ମାତ୍ର ଗୋଟିଏ ପାଦ ଦୂରରେ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.