ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ କୁକୁର ‘ଚ୍ୟାମ୍ପ’ର ମୃତ୍ୟୁ, ୨୦୦୮ରେ ଉପ ରାଷ୍ଟ୍ରପତି ହେବା ପରେ ବାଇଡେନଙ୍କୁ ଉପହାରରେ ଦେଇଥିଲେ ପତ୍ନୀ
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ କୁକୁର ‘ଚ୍ୟାମ୍ପ’ର ମୃତ୍ୟୁ ହୋଇଯାଇଛି। ୧୩ ବର୍ଷର ଏହି କୁକୁର ଜର୍ମାନ ଶେଫର୍ଡ ବ୍ରିଡର ଥିଲା। ବାଇଡେନ ଓ ତାଙ୍କ ପତ୍ନୀ ଜିଲ ଏକ ବୟାନ ଜାରି କରି କହିଛନ୍ତି କି, ‘୧୩ ବର୍ଷ ଧରି ଏହା ଆମର ସାଥୀ ଥିଲା। ପୂରା ବାଇଡେନ ପରିବାର ତାକୁ ବହୁତ ଭଲ ପାଉଥିଲେ। ୨୦୦୮ରେ ବାଇଡେନ ଉପ ରାଷ୍ଟ୍ରପତି ରୂପେ ନିର୍ବାଚିତ ହେବା ସମୟରେ ଚ୍ୟାମ୍ପ ଏହି ପରିବାରର ସଦସ୍ୟ ବନି ଯାଇଥିଲା। ବୟସାଧିକ୍ୟ କାରଣରୁ ଚ୍ୟାମ୍ପର ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରେ ଲାଗିଥିଲା। ଫଳରେ ଗତ ଶନିବାର ତା’ର ମୃତ୍ୟୁ ଘଟିଥିଲା’।
ରାଷ୍ଟ୍ରପତି ବାଇଡେନ ଓ ତାଙ୍କ ପତ୍ନୀ ଜିଲ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରୁ ଟ୍ୱିଟ କରି ଏ ବିଷୟରେ ଜଣାଇଛନ୍ତି। ଚ୍ୟାମ୍ପର ମୃତ୍ୟୁ ପରେ ବାଇଡେନଙ୍କ ପରିବାରରେ ଏବେ ଏକମାତ୍ର ଜର୍ମାନ ଶେଫର୍ଡ ବ୍ରିଡର କୁକୁର ‘ମେଜର’ ରହିଛି। ଏହାର ବୟସ ୩ ବର୍ଷ।
ରିପୋର୍ଟ ମୁତାବକ, ୨୦୦୮ ନିର୍ବାଚନ ଜିତିବା ପରେ ଜୋ ବାଇଡେନଙ୍କୁ ତାଙ୍କ ପତ୍ନୀ ଉପହାରରେ ଚ୍ୟାମ୍ପକୁ ଦେଇଥିଲେ। ସେହି ସମୟରେ ଚ୍ୟାମ୍ପ ମାତ୍ର ୧ ମାସର ଥିଲା। ଖାସ କରି ବାଇଡେନ ଜର୍ମାନ ଶେଫର୍ଡ ବ୍ରିଡର କୁକୁରଙ୍କୁ ବହୁତ ପସନ୍ଦ କରିଥାନ୍ତି। ପିଲାବେଳେ ବି ତାଙ୍କ ପାଖରେ ଏହି ବ୍ରିଡର କୁକୁର ଥିଲା ବୋଲି ସେ ଏକ ଇଣ୍ଟରଭ୍ୟୁରେ କହିଥିଲେ।
Our family lost our loving companion Champ today. I will miss him. pic.twitter.com/sePqXBIAsE
— President Biden (@POTUS) June 19, 2021