ଗାଜିଆବାଦ: ଆପତ୍ତିଜନକ ପୋଷ୍ଟ ଭାଇରାଲ ପରେ ଟ୍ୱିଟର ଇଣ୍ଡିଆ ବିରୁଦ୍ଧରେ ମାମଲା ଦାୟର
ଆଇଟି ନିୟମକୁ ନେଇ ଟ୍ୱିଟର ଏବଂ ସରକାରଙ୍କ ମଧ୍ୟରେ ବଚସା ହେଉଥିବା ବେଳେ ଏବେ ଟ୍ୱିଟର ପାଇଁ ସମସ୍ୟା ପୁଣି ବଢ଼ିଛି । ଗାଜିଆବାଦରେ ଜଣେ ବୟସ୍କଙ୍କୁ ମାଡ ମାରୁଥିବାର ଭିଡିଓ ଟ୍ୱିଟରରେ ଭାଇରାଲ ହୋଇଥିଲା । ପରେ ଏହି ମାମଲାରେ ଟ୍ୱିଟର ଇଣ୍ଡିଆ କମ୍ପାନୀର ଏମଡି ନୂଆ ସମସ୍ୟା ଘେରରେ ଫସିଛନ୍ତି ।
ଟ୍ୱିଟର ଇଣ୍ଡିଆ ଏମଡି ମନୀଷ ମାହେଶ୍ୱରୀଙ୍କ ବିରୁଦ୍ଧରେ ଦିଲ୍ଲୀରେ ଏକ ମାମଲା ଦାୟର ହୋଇଛି । ସୂଚନା ଅନୁଯାୟୀ, ଧାର୍ମିକ ଭାବନାକୁ ଆଘାତ କରିଥିବାରୁ ମନୀଷଙ୍କ ବିରୁଦ୍ଧରେ ଦିଲ୍ଲୀ ପୋଲିସ ସାଇବର ସେଲ ପାଖରେ ଅଭିଯୋଗ ହୋଇଛି ।
ଟ୍ୱିଟରରେ ଏମିତି ଅନେକ ଘଟଣା ସାମ୍ନାକୁ ଆସୁଛି ଯାହା ଭାରତ ପାଇଁ ଅତ୍ୟନ୍ତ ନିନ୍ଦନୀୟ । ନିକଟରେ ଭାରତ ମାନଚିତ୍ରକୁ ନେଇ ବିବାଦରେ ପଡିଥିବା କମ୍ପାନୀରେ ଏବେ ପୁଣି ବୟସ୍କଙ୍କୁ ମାଡ ମାରୁଥିବାର ଭିଡିଓ ଭାଇରାଲ ହୋଇଛି । ଏହି ମାମଲାକୁ ନେଇ ମନୀଷଙ୍କ ବିରୁଦ୍ଧରେ ଅଭିଯୋଗ କରଯାଇଛି । ଆପତ୍ତିଚଜନକ ପୋଷ୍ଟ କାରଣରୁ କମ୍ପାନୀକୁ ଅନେକ ସମସ୍ୟାର ସମ୍ମୁଖିନ ହେବାକୁ ପଡୁଛି ।