ଟି-୨୦ ସିରିଜକୁ ୩-୨ରେ ଅକ୍ତିଆର କଲା ସାଉଥ ଆଫ୍ରିକା

ଟି-୨୦ ସିରିଜର ୫ଟି ମ୍ୟାଚର ଶେଷ ପର୍ଯ୍ୟାୟରେ ସାଉଥ ଆଫ୍ରିକାର ଧୁଆଁଧାର ପ୍ରଦର୍ଶନ । ୱେଷ୍ଟଇଣ୍ଡିଜକୁ ୨୫ ରନ୍‌ରେ ହରାଇଲା ସାଉଥ ଆଫ୍ରିକା। ଏହାସହ ସିରିଜକୁ ୩-୨ରେ ନିଜ ନାମରେ ଅକ୍ତିଆର କରିଛି ଏହି ଟିମ ।

ସାଉଥ ଆଫ୍ରିକାର ଏଡମ ମାର୍କରମ ୭୦ ରନ୍‌ କରି ବିପକ୍ଷ ଦଳକୁ ଧୂଳି ଚଟାଇଥିଲେ । ଏହାସହ ବୋଲର ଲୁଙ୍ଗୀ ଏଙ୍ଗିଡୀ ୩ ୱିକେଟ ହାସଲ କରିଥିଲେ । ସାଉଥ ଆଫ୍ରିକାଙ୍କ ପ୍ରଥମ ବ୍ୟାଟିଂରେ ୧୬୯ ରନ୍‌ କରିଥିଲେ । ଏହାର ଜବାବରେ ୱେଷ୍ଟଇଣ୍ଡିଜ ୯ ୱିକେଟରେ ୧୪୩ ରନ୍‌ କରି ସିରିଜ ଜିତିବାରୁ ବଞ୍ଚିତ ହେଲେ ।

ଆରମ୍ଭରୁ ୱେଷ୍ଟଇଣ୍ଡିଜ ଟିମଙ୍କ ଭଲ ପ୍ରଦଶର୍ନ ଦେଖିବାକୁ ମିଳିନଥିଲା । ଲେଣ୍ଡଲ ସିମଂସ ୩ ରନ୍‌ କରି ପାଭିଲିୟନ ଫେରିଥିଲେ । ଏହାପରେ ବିସ୍ପୋଟକ ବ୍ୟାଟ୍ସମ୍ୟାନ କ୍ରିସ ଗେଲ ତବରେଜ ସାମ୍ସିଙ୍କ ସ୍ପିନ ବୋଲ ଜାଲରେ ଫସି ଯାଇଥିଲେ । ମାତ୍ର ୧୧ ରନ୍ କରି ଆଉଟ ହୋଇଯାଇଥିଲେ । ଏହାସହ ରସେଲ, ନିକୋଲ୍ସଙ୍କଠାରୁ ମଧ୍ୟ ନିରାଶ ହେବାକୁ ପଡିଥିଲା । ଶେଷରେ ମୋଟ ୧୪୩ ରନ୍‌ କରି ସିରିଜକୁ ହାତ ଛଡା କଲେ ।

ପ୍ରଥମେ ଟସ ଜିତି ସାଉଥ ଆଫ୍ରିକା ବ୍ୟାଟିଂ ଆରମ୍ଭ କଲା । ପ୍ରଥମରୁ ଭଲ ପ୍ରଦର୍ଶନ କରିନଥିବା ବେଳେ କ୍ୱିଣ୍ଟନ ଏବଂ ମାର୍କରମ ୧୨୮ ରନ୍‌ର ପାର୍ଟନରସିପ କରିଥିଲେ । ଶେଷରେ ବାଜି ଏହି ଟିମ ହାସଲ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.