ସୀମା ଟପିଗଲା ବର୍ବରତା। ରକ୍ତର ସମ୍ପର୍କ ଭୁଲିଗଲା ଭାଇ। ପୂରା ନୃଶଂସ ଭଳି ମରିବା ପର୍ଯ୍ୟନ୍ତ ପିଟି ଚାଲିଲା ଭାଇ। ଉଭଣୀକୁ ବାଡେଇ ବାଡେଇ ଲହୁ ଲୁହାଣ କରିଦେଲେ ୨ ଭାଇ । କାହିଁକି ଜାଣିଛନ୍ତି? ବାପାର ସମ୍ପତ୍ତିରେ ଭଉଣୀ ଭାଗ ମାଗିଥିଲା ବୋଲି। ବାସ୍ ଏତିକି କାରଣରୁ ଦୁଇ ଭାଇ ଭଉଣୀକୁ ଏପରି ପିଟିବାରେ ଲାଗିଛନ୍ତି । ଏପରକି ହାତରେ ହାତୁଡି ଓ ହେଲମେଟ ଧରି ଭଉଣୀକୁ ଗଡାଇ ତଡାଇ ପିଟି ଚାଲିଛନ୍ତି । ହେଲମେଟରେ ଭଉଣୀର ମୁଣ୍ଡକୁ ବାରମ୍ବାର ମାରିଚାଲିଛି ଭାଇ। ପାକିସ୍ତାନର ପେଶାଓ୍ୱାରରେ ଘଟିଥିବା ଏହି ଘଟଣା ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ପରେ ଦୁଇ ଭାଇଙ୍କୁ ଗରିଫ କରିଛି ପୋଲିସ ।
ସୂଚନା ମୁତାବକ ଅବଦୁଲ ହନ୍ନାନ ନାମକ ଜଣେ ବ୍ୟକ୍ତିଙ୍କ ୨ ପୁଅ ନିଜ ଭଉଣୀକୁ ପିଟୁଥିବା ଦେଖିବାକୁ ମିଳୁଛି । ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ ଭଉଣୀ ଯେମିତି ହିଁ ଘରର କବାଟ ଖୋଲିଛି ହଠାତ୍ ୨ ଭାଇ ପଶି ଉଭଣୀକୁ ଆକ୍ରମଣ କରିଥିଲେ । ଜଣେ ଭାଇ ହାତୁଡିରେ ବାରମ୍ୱାର ପିଟିବାକୁ ଲାଗିଥିଲେ ।
@AbbasAhsan
I never imagined I will do this. I am uploading this video in position of very helplessness. Today my three maternal uncle attacked my mother when I and my brother were not home. They attacked and badly beat my mother and grandmother#HelpArsalanFamily
Helpthisfamily pic.twitter.com/Bf5C9V67cO— طLح رشid (@TALHArashid47) July 3, 2021
ଏତିକି ବେଳେ ମହିଳା ଜଣଙ୍କ ତଳେ ପଡିଯାଉଛନ୍ତି । ପାଖରେ ଛିଡା ହୋଇଥିବା ଜଣେ ବୃଦ୍ଧା ମହିଳା ପୀଡିତାଙ୍କୁ ବଞ୍ଚାଇବାକୁ ଚିତ୍କାର କରୁଛନ୍ତି। ତେବେ ଭାଇମାନେ ବୃଦ୍ଧାଙ୍କୁ ମଧ୍ୟ ଛାଡିନାହାଁନ୍ତି । ଏପରିକି ବଡ ପାଟିରେ ବୃଦ୍ଧାଙ୍କୁ ପାଟି ବି କରୁଛନ୍ତି । କେବଳ ସେତିକି ନୁହେଁ ତଳେ ପକାଇ ଗଡାଇ ଗଡାଇ ଭଉଣୀଙ୍କୁ ହାତୁଡିରେ ପିଟିଚାଲିଛନ୍ତି ନୃଶଂସ ଭାଇ।
ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଉ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ୨ ଭାଇଙ୍କୁ ଗିରଫ କରିଛି । ତେବେ ଅଭିଯୁକ୍ତମାନେ ସେମାନେ କହିଛନ୍ତି ଯେ, ସମ୍ପତ୍ତିରେ ଭାଗ ମାଗିବାରୁ ଏପରି ହୋଇଛି । ପୋଲିସ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିବା ଜଣାପଡିଛି।
فیس بک پر ایک ویڈیو اپلوڈ ہوئی ہے جس میں ملزمان کو ایک خاتون پر تشدد کرتے دکھایا گیا ہے
ویڈیو منظر عام پر آنے کے بعد کپیٹل سٹی پولیس نے فوری کارروائی کرتے ہوئے دو ملزمان آفتاب اور ارشد پسران عبدالحنان ساکنان امین کالونی کو حراست میں لے کر حوالات منتقل کر دیا ہے pic.twitter.com/IXDLrIP0BT
— KP Police (@KP_Police1) July 3, 2021