ଅଷ୍ଟ୍ରେଲିଆନ୍ ଟେନିସ୍ ଖେଳାଳି ଆଲେକ୍ସ ଡି ମିନାଓରଙ୍କୁ କରୋନା, ଆଉ ଖେଳିବେନି ଅଲମ୍ପିକ୍
ଜାପାନ ରାଜଧାନୀ ଟୋକିଓରେ ଜୁଲାଇ ୨୩ରେ ଅନୁଷ୍ଠିତ ହେବାକୁ ଥିବା ଅଲମ୍ପିକ ଉପରେ ଏବେ କରୋନାର କଳାବାଦଲ ଘୋଟିଛି। ଅଷ୍ଟ୍ରେଲିଆନ୍ ଟେନିସ୍ ଖେଳାଳି ଆଲେକ୍ସ ଡି ମିନାଓରଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି। କରୋନା ସଂକ୍ରମିତ ହେବା ଯୋଗୁ ସେ ଅଲମ୍ପିକ ଖେଳିବେ ନାହିଁ ବୋଲି ଜଣାଯାଇଛି।
ଆଲେକ୍ସ କରୋନା ସଂକ୍ରମିତ ହୋଇଥିବା ନେଇ ଅଷ୍ଟ୍ରେଲିଆନ୍ ଅଲମ୍ପିକ ଟିମ୍ର ଦଳ ପ୍ରମୁଖ ଇୟାନ୍ ଚେଷ୍ଟରମ୍ୟାନ୍ ସୂଚନା ଦେଇଛନ୍ତି। ଇୟାନ୍ କହିଛନ୍ତି, ଆଲେକ୍ସ ମିନାଓଉ କରୋନା ପଜିଟିଭ୍ ହେବା ଯୋଗୁ ବହୁତ ଦୁଃଖୀ ଅଛନ୍ତି। ଆମେ ସମସ୍ତେ ତାଙ୍କ ପାଖ ଖୁବ୍ ଦୁଃଖୀ। ଅଲମ୍ପିକରେ ଅଷ୍ଟ୍ରେଲିଆ ତରଫରୁ ଖେଳିବା ତାଙ୍କ ପିଲା ଦିନର ସ୍ୱପ୍ନ ଥିଲା।
Australian tennis player Alex de Minaur has tested positive for COVID-19 prior to his departure for the Tokyo Olympics, the Australian Olympic Committee said on Friday, the latest athlete to see his Olympics dream shattered by the coronavirus pandemic. https://t.co/5nnTWJKlwG
— Reuters Sports (@ReutersSports) July 16, 2021
ଓ୍ଵାର୍ଲ୍ଡ ର୍ୟାଙ୍କିଂରେ ୧୭ ତମ ସ୍ଥାନରେ କାବିଜ ମିନାଓର ସିଙ୍ଗଲ ଓ ହବଲ ଉଭୟ ଇଭେଣ୍ଟରେ ଖେଳିଥାନ୍ତେ। ତେବେ ବର୍ତ୍ତମାନ ଯାଏଁ ସ୍ପଷ୍ଟ ହୋଇନାହିଁ ଯେ ତାଙ୍କ ଯୋଡ଼ିଦାର ଜନ୍ ପିୟର୍ସଙ୍କୁ ଟିମ୍ରେ ଖେଳାଯିବ କି ନାହିଁ। ଅଷ୍ଟ୍ରେଲିୟାନ୍ ଅଲମ୍ପିକ ସମିତି ସିଡ୍ନୀରେ ଜାରି ଏକ ବୟାନରେ କହିଛନ୍ତି, ଆଲେକ୍ସ ଟୋକିଓ ଯିବାର ୯୬ ଓ ୭୨ଘଣ୍ଟା ପୂର୍ବରୁ କରୋନା ଟେଷ୍ଟ କରାଇଥିଲେ। କିନ୍ତୁ ଉଭୟଙ୍କ ରିପୋର୍ଟ ପଜିଟିଭ୍ ଆସିଛି।