ଅନରକିଲିଂ: ଝିଅକୁ ପ୍ରେମିକ ସହ ସ୍କୁଟିରେ ଦେଖି ଭୀଷଣ ରାଗିଗଲେ ବାପା, କୁରାଢ଼ୀ ହାଣି କରିଦେଲେ ଟିକ୍‌ ଟିକ୍‌

ପୁଣିଥରେ ସମ୍ମାନ ପାଇଁ ଜଣକୁ ହତ୍ୟା କଲେ ପରିବାର ଲୋକେ। ମଧ୍ୟ ପ୍ରଦେଶରେ ଅନରକିଲିଂର ଆଉ ଏକ ମାମଲା ସାମ୍ନାକୁ ଆସିଛି। ବୈତୁଲର ଆମଲାରେ ଘଟିଛି ଏହି ହତ୍ୟାକାଣ୍ଡ। ଝିଅର ବାପା ଝିଅକୁ ଜଣେ ଯୁବକ ସହ ସ୍କୁଟିରେ ଦେଖିଦେଇଥିଲେ। ଏଥିରେ ରାଗି ଯୁବତୀଙ୍କ ବାପା ଓ ଭାଇଙ୍କୁ ତାଙ୍କୁ କୁରାଢ଼ୀରେ ହାଣି ହତ୍ୟା କରିଛନ୍ତି। ଏଥିସହ ମୃତ ଦେହକୁ ବିଲରେ ଫିଙ୍ଗି ଦେଇଛନ୍ତି। ଅଭିଯୋଗ ପରେ ପୋଲିସ ଉଭୟଙ୍କୁ ଗିରଫ କରିଛି।

ରିପୋର୍ଟ ମୁତାବକ, ଜୁଲାଇ ୧୮ରେ ଲାଖାପୁର ଗାଁରେ ଏକ ବିଲରୁ ସୁରଜ ନାମକ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ମୃତଦେହଟି ସମ୍ପୂର୍ଣ୍ଣ ରକ୍ତରେ ଭିଜି ଯାଇଥିଲା। ସେ ନିକଟସ୍ଥ ଏକ ହୋଟେଲରେ ୱେଟରଭାବେ କାମ କରୁଥିଲେ। ତାଙ୍କୁ ଗାଁର କିଶୋରୀ ଉଇକେ(୪୦) ଓ ନାବାଳକ ପୁଅ କୁରାଢ଼ୀରେ ହାଣି ହତ୍ୟା କରିଛନ୍ତି।

ଅଭିଯୁକ୍ତ ଗିରଫ ହେବା ପରେ ପୋଲିସକୁ କହିଛି ଯେ ତାଙ୍କ ଝିଅକୁ ଦେଖା ହେବା ପାଇଁ ପ୍ରେମିକ ସୁରଜ ଆଉ ଏକ ସାଙ୍ଗ ସହ ଗାଁକୁ ଆସିଥିଲା। ସେମାନେ ଗାଁ ପାଖ ମନ୍ଦିର ନିକଟରେ ଦେଖା ହୋଇଥିଲେ। ସ୍କୁଟି ଉପରେ ବସି ଉଭୟେ ଦୀର୍ଘ ସମୟ ଯାଏଁ କଥାବାର୍ତ୍ତା ହୋଇଥିଲେ। ଝିଅକୁ ବାହାର ପୁଅ ସହ ଏତେ ସମୟ କଥା ହେବା ଦେଖି ବାପା ଓ ଭାଇ ପ୍ରବଳ ରାଗି ଯାଇଥିଲେ ଓ ଘରର ସମ୍ମାନ ରକ୍ଷା କରିବାକୁ ଯୁବକକୁ କୁରାଢ଼ୀରେ ହାଣି ହତ୍ୟା କରିଥିବା ସ୍ୱୀକାର କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.