ଦ୍ୱିତୀୟଥର ପାଇଁ ମା’ ହେବାକୁ ଯାଉଛନ୍ତି କି ଐଶ୍ୱର୍ଯ୍ୟା !

ବଲିଉଡର ଅଭିନେତ୍ରୀ ତଥା ବଚ୍ଚନ ବୋହୂ ଐଶ୍ୱର୍ଯ୍ୟା ରାୟ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। କିନ୍ତୁ ଏଥର ଐଶ୍ୱର୍ଯ୍ୟା ଏକ ଭିନ୍ନ କାରଣ ପାଇଁ ଆଲୋଚନାକୁ ଆସିଛନ୍ତି। ଚର୍ଚ୍ଚ ହେଉଛି ସେ କୁଆଡେ ତାଙ୍କର ଦ୍ୱିତୀୟଥର ପାଇଁ ମା’ ହେବାକୁ ଯାଉଛନ୍ତି। ନିକଟରେ ଐଶ୍ୱର୍ଯ୍ୟାଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଫଟୋ ଦେଖି ତାଙ୍କ ଐଶ୍ୱର୍ଯ୍ୟା ଦ୍ୱିତୀୟ ଥର ପାଇଁ ମା’ ହେବାକୁ ଯାଉଥିବା କଥା କହିଛନ୍ତି। ଫଟୋ ତାଙ୍କ ବର୍ଦ୍ଧିତ ଓଜନ ସ୍ପଷ୍ଟ ନଜର ଆସୁଛି।

ତେବେ ଏପର୍ଯ୍ୟନ୍ତ ତାଙ୍କ ପରିବାରର ପକ୍ଷରୁ ଏହାକୁ ଆନୁଷ୍ଠାନିକ ଭାବେ ନିଶ୍ଚିତ କରାଯାଇନାହାନ୍ତି। ଐଶ୍ଚର୍ଯ୍ୟାଙ୍କ ଏହି ଫଟୋଗୁଡ଼ିକୁ ସେଲିବ୍ରିଟି ସାମ୍ବାଦିକ ଭାଇରାଲ ଭାୟାନୀ ଶେୟାର କରିଛନ୍ତି। ଫଟୋରେ ଐଶ୍ୱର୍ଯ୍ୟା, ଅଭିଷେକ ଏବଂ ଝିଅ ଆରାଧ୍ୟା ଏକ ଶୁଟିଂ ସମୟରେ ସାରଥ କୁମାରଙ୍କ ଘରେ ପହଞ୍ଚିଥିଲେ। ଏହି ଫଟୋଗୁଡ଼ିକ ସେହି ସମୟରେ ନିଆଯାଇଥିଲା। ଫଟୋ ଗୁଡ଼ିକରେ ଐଶ୍ୱର୍ଯ୍ୟା କଳା ରଙ୍ଗର ପୋଷାକ ପିନ୍ଧିଛନ୍ତି। ଭାଇରାଲଙ୍କ ଏହି ଫଟୋ ଉପରେ ମନ୍ତବ୍ୟ ଦେଇ ଅନେକ ସୋସିଆଲ ମିଡିଆ ୟୁଜର୍ସ ଲେଖିଛନ୍ତି, ଐଶ୍ୱର୍ଯ୍ୟା ଗର୍ଭବତୀ କି?’ ଅନ୍ୟ ଜଣେ ଲେଖିଛନ୍ତି, ‘ଖୁସି ଖବର, ଐଶ୍ୱର୍ଯ୍ୟା ଗର୍ଭବତୀ ଅଛନ୍ତି। ଐଶ୍ୱର୍ଯ୍ୟା ରାୟ ୨୦୦୭ ମସିହାରେ ଅଭିଷେକ ବଚ୍ଚନଙ୍କୁ ବିବାହ କରିଥିଲେ। ବିବାହର ଚାରି ବର୍ଷ ପରେ ଐଶ୍ୱର୍ଯ୍ୟା ଝିଅ ଆରାଧ୍ୟାଙ୍କୁ ଜନ୍ମ ଦେଇଥିଲେ। ଏବେ ଆରାଧ୍ୟା ବଚ୍ଚନଙ୍କୁ ୯ ବର୍ଷ ବୟସ ହୋଇଛି।

Leave A Reply

Your email address will not be published.