କାଲି ଠପ୍‌ ହୋଇଯିବ ବ୍ୟାଙ୍କିଂ ସେବା, ଗ୍ରାହକଙ୍କୁ ଆଲର୍ଟ କଲା ଏସ୍‌ବିଆଇ

ବନ୍ଦ ହୋଇଯିବ ବ୍ୟାଙ୍କିଂ ସେବା। ଆଉ ଗ୍ରାହକ କରିପାରିବେନି କୌଣସି ନେଣଦେଣ। ଏସ୍‌ବିଆଇ ନିଜ ଗ୍ରାହକଙ୍କ ଲାଗି ଏକ ଆଲର୍ଟ ଜାରି କରିଛି। ବ୍ୟାଙ୍କ ତରଫରୁ ସୂଚନା ଦିଆଯାଇଛି ଯେ ୬-୭ ଅଗଷ୍ଟରେ ବ୍ୟାଙ୍କର ଡିଜିଟାଲ ସେବା କିଛି ସମୟ ପାଇଁ ବନ୍ଦ ରହିବ। ଏସ୍‌ବିଆଇ ତରଫରୁ ଟ୍ଵିଟ୍‌ କରାଯାଇ ଏନେଇ ସୂଚନା ଦିଆଯାଇଛି।

ଏସ୍‌ବିଆଇ ଟ୍ଵିଟ୍‌ କରି କହିଛି ଯେ ମେଣ୍ଟେନାନ୍ସ ଯୋଗୁ ବ୍ୟାଙ୍କର ଡିଜିଟାଲ ସେବା କିଛି ଘଣ୍ଟା ପାଇଁ ପ୍ରଭାବିତ ହେବ। ଏସ୍‌ବିଆଇ ୟୋନୋ ଲାଇଟ୍‌, ଇଣ୍ଟରନେଟ୍‌ ବ୍ୟାଙ୍କିଂ ଓ ୟୋନୋ ବିଜନେସ୍‌ ସହ ଡିଜିଟାଲ ବ୍ୟାଙ୍କିଂ ସେବା ୬ ଅଗଷ୍ଟରେ ୧୧.୪୫ ଟାରୁ ୭ ଅଗଷ୍ଟ ରାତି ୦୧.୧୫ ଯାଏଁ ଅର୍ଥାତ୍‌ ମୋଟ୍‌ ୧୫୦ ମିନିଟ୍‌ ଯାଏଁ ବ୍ୟାଙ୍କର ଡିଜିଟାଲ ସେବା ପ୍ରଭାବିତ ହେବ। ଏହି ସମୟରେ ଯଦି ଆପଣ ଟ୍ରାନ୍‌ଜାକ୍‌ସନ୍‌ କରୁଛନ୍ତି ତେବେ ଆପଣଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ।

ସୂଚନାଯୋଗ୍ୟ ଯେ ଗତ କିଛି ମାସ ହେଲା ଏସ୍‌ବିଆଇର ଗ୍ରାହକଙ୍କୁ କେତେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ମେଣ୍ଟେନାନ୍ସ ଯୋଗୁ ଜୁଲାଇ ମାସରେ ଦୁଇଥର ବ୍ୟାଙ୍କର ଡିଜିଟାଲ କାମ ଠପ୍‌ ହୋଇଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.