IPL ରେ ଯୋଡ଼ି ହେବାକୁ ଯାଉଛି ୨ଟି ନୂଆ ଟିମ୍‌, ୫୦୦୦ କୋଟି ରୋଜଗାର କରିପାରେ ବିସିସିଆଇ

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୨୦୨୨ ସିଜନ୍‌ରେ ଦୁଇ ନୂଆ ଫ୍ରାଞ୍ଚାଇଜ୍‌ ଟିମ୍‌ ଯୋଡ଼ି ହେଲେ ଭାରତୀୟ କିକେଟ୍‌ ବୋର୍ଡର ଖାତାରେ ଖୁବ୍‌ ଶୀଘ୍ର ଅତି କମ୍‌ରେ ୫୦୦୦ କୋଟି ଟଙ୍କା ଜମା ହେବ। ଆଇପିଏଲ୍‌ ଏବେ ୮ଟି ଟିମ୍‌ ମଧ୍ୟରେ ଖେଳାଯାଉଛି। କିନ୍ତୁ ଆର ବର୍ଷ ଏଥିରେ ୧୦ଟି ଟିମ୍‌ ଖେଳିବେ। ନିକଟରେ ଅନୁଷ୍ଠିତ ହୋଇଥିବା ଆଇପିଏଲ୍‌ ସଞ୍ଚାଳନ ପରିଷଦର ବୈଠକରେ ଏହି ଅକସନ୍‌ର ଶେଷ ପ୍ରକ୍ରିୟା ଚୂଡ଼ାନ୍ତ ହୋଇଛି।

ବିସିସିଆଇର ସୂଚନା ମୁତାବକ, ଯେକୌଣସି କମ୍ପାନୀ ୭୫ କୋଟି ଟଙ୍କା ଦେଇ ଅକ୍‌ସନ୍‌ର ଦସ୍ତାବିଜ କିଣିପାରିବେ। ପ୍ରଥମେ ଦୁଇଟି ନୂଆ ଟିମ୍‌କୁ ୧୭୦୦ କୋଟିରେ କିଣିବାକୁ ଚିନ୍ତା କରାଯାଉଥିଲା, କିନ୍ତୁ ଏବେ ଏହାକୁ ୩୦୦ କୋଟି ବଢ଼ାଇ ୨୦୦୦ କୋଟି କରିଦିଆଯାଇଛି।

ଆଇପିଏଲ୍‌ର ଆର୍ଥିକ ନେଣଦେଣ ଦେଖୁଥିବା ସୂତ୍ର କହିଛନ୍ତି, ଯଦି ଅକ୍ସନ୍‌ ପ୍ରକ୍ରିୟା ଯୋଜନା ଅନୁସାରେ ଆଗକୁ ବଢ଼େ ତେବେ ବିସିସିଆଇକୁ ଅତି କମ୍‌ରେ ୫୦୦୦ କୋଟି ଟଙ୍କା ଲାଭ ହେବ। କାରଣ ଅନେକ କମ୍ପାନୀ ଏହି ଅକ୍ସନ୍‌ ପ୍ରକ୍ରିୟାରେ ସାମିଲ ହେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ବିସିସିଆଇ ଅତିକମ୍‌ରେ ୫୦୦୦ କୋଟି ମିଳିବା ନେଇ ଆଶା କରୁଛି ବୋଲି ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.