ଯାଆଁଳା ଛୁଆଙ୍କ ବାପା ଅଲଗା, ପିଲାଙ୍କ ଡିଏନ୍‌ଏ ଟେଷ୍ଟ ଖୋଲିଦେଲା ମା’ର ଚୋରାପୀରତି ଗୁମର

ଯାଆଁଳା ଛୁଆ ଜନ୍ମ କରିବା ପରେ ବଢ଼ିଲା ମହିଳାଙ୍କ ଚିନ୍ତା। କାରଣ ଉଭୟ ପିଲାଙ୍କ ବାପା ଥିଲେ ଭିନ୍ନ। ଏଭଳି ଏକ ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି ଚୀନ୍‌ରୁ। ଏଠାରେ ମହିଳା ଜଣକ ଯାଆଁଳା ଶିଶୁ ଜନ୍ମ କରିବା ପରେ ପରିବାରରେ ଖୁସିର ଲହରୀ ଖେଳିଯାଇଥିଲା। କିନ୍ତୁ ମହିଳାଙ୍କ ସ୍ୱାମୀ ପିଲାଙ୍କ ଡିଏନ୍‌ଏ ଟେଷ୍ଟ କରିବାରୁ ସମସ୍ତଙ୍କ ହୋସ୍‌ ଉଡ଼ିଯାଇଥିଲା।

ଡେଲିଭରି ପରେ ପିଲାଙ୍କ ଡିଏନ୍‌ଏ ଟେଷ୍ଟ ରିପୋର୍ଟ ଦେଖିବା ପରେ ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଟେଷ୍ଟ ରିପୋର୍ଟରୁ ଜଣାପଡ଼ିଥିଲା ଯେ ପିଲାଙ୍କର ଗୋଟିଏ ନୁହେଁ ବରଂ ଦୁଇ ଦୁଇଟି ପିତା ଅଛନ୍ତି। ମହିଳାଙ୍କର ଏହି ଧୋକା ବିଷୟରେ ଜାଣିବା ପରେ କ୍ଷଣକ ମଧ୍ୟରେ ସବୁ କିଛି ଓଲଟପାଲଟ ହୋଇଯାଇଥିଲା।

ସୂଚନାଯୋଗ୍ୟ ଯେ ଚୀନ୍‌ରେ ଜନ୍ମ ନିୟନ୍ତ୍ରଣ ନିୟମ ଅନୁସାରେ, ପ୍ରତ୍ୟେକ ନବଜାତ ଶିଶୁଙ୍କ ଡିଏନ୍‌ଏ ଟେଷ୍ଟ କରିବା ବାଧ୍ୟତାମୂଳକ ହୋଇଛି। ଏହି ନିୟମ ମୁତାବକ, ମହିଳାଙ୍କର ଉଭୟ ସନ୍ତାନଙ୍କର ମଧ୍ୟ ଡିଏନ୍‌ଏ ଟେଷ୍ଟ ହୋଇଥିଲା। କିନ୍ତୁ ଉଭୟଙ୍କ ରିପୋର୍ଟରେ ବାପା ଭିନ୍ନ ବୋଲି ଜଣାପଡ଼ିଥିଲା। ବାପା ହେବା ପରେ ଖୁସି ହେଉଥିବା ମହିଳାଙ୍କ ସ୍ୱାମୀ ଏନେଇ ଜାଣିବା ପରେ ତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା। ସେ କହିଛନ୍ତି, ତାଙ୍କ ସ୍ତ୍ରୀର ଆଉ କାହା ସହ ସମ୍ପର୍କ ଅଛି ବୋଲି ସେ ଭାବି ବି ପାରୁନାହାନ୍ତି।

ତେବେ ଡେଲିଭରି କରିଥିବା ଡାକ୍ତର କହିଛନ୍ତି ଯେ କୋଟିଏରେ ଏଭଳି ଗୋଟିଏ ମାମଲା ଦେଖିବାକୁ ମିଳେ। ଯେତେବେଳେ ମହିଳା ଗୋଟିଏ ମାସରେ ଦୁଇଟି ଅଣ୍ଡା ରିଲିଜ୍‌ କରିଥାନ୍ତି ଓ ତା’ ପରେ କମ୍‌ ସମୟରେ ହିଁ ଦୁଇଟି ଲୋକଙ୍କ ସହ ଶାରୀରିକ ସମ୍ପର୍କ ରଖିଥାନ୍ତି ତେବେ ମହିଳା ଯାଆଁଳା ଛୁଆ ଜନ୍ମ କରନ୍ତି। କିନ୍ତୁ ସେମାନଙ୍କ ବାପା ଅଲଗା ଅଲଗା ହୋଇଥାଆନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.