ସିଧୁଙ୍କ ଇସ୍ତଫା ପରେ ଚାଲିଯିବକି ଅର୍ଚ୍ଚନାଙ୍କ ଚାକିରୀ ! ସୋସିଆଲ ମିଡିଆରେ ଭାଇରାଲ ହେଉଛି ମିମ

ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ପଦରୁ ନବଜୋତ ସିଂହ ସିଧୁ ଇସ୍ତଫା ଦେବା ପରେ ପଞ୍ଜାବ ରାଜନୀତି ଯେମିତି ଦାଣ୍ଡରେ ପଡି ହାଟରେ ଗଡୁଛି । ଏହା ପରେ ସିଧୁ ନିଜେ ବୟାନ ଦେଇଛନ୍ତିକି, “ସେ ନିଜର ଶେଷନିଶ୍ଵାସ ପର୍ଯ୍ୟନ୍ତ ସତ୍ୟ ଓ ଅଧିକାର ପାଇଁ ହିଁ ଲଢ଼େଇ ଜାରି ରଖିବେ । ସେ ଏହା ମଧ୍ୟ କହିଛନ୍ତିକି ତାଙ୍କର କାହା ସହ ବ୍ୟକ୍ତିଗତ ପ୍ରତିଦ୍ବନ୍ଦିତା ନାହିଁ । ପଞ୍ଜାବ ବାସୀଙ୍କ ଜୀବନ ସଜାଡ଼ିବା ପାଇଁ କିଛି ବି ବଳି ଦେଇପାରିବି ।” ଅନ୍ୟ ପକ୍ଷରେ ସିଧୁଙ୍କ ଇସ୍ତଫା ପରେ ଅର୍ଚ୍ଚନା ପୁରଣ ସିଂହଙ୍କ ଏକ ମିମ ଖୁବ ଭାଇରଲ ହେବାରେ ଲାଗିଛି । ଆଉ ଏଥିରେ ଲେଖାଯାଇଛିକି ଅର୍ଚ୍ଚନାଙ୍କ ଚାକିରୀ ଏବେ ସଂକଟରେ ଅଛି । କହିରଖିବା ଉଚିତ ହେବଯେ, ସିଧୁଙ୍କ ପରେ ହିଁ ଅର୍ଚ୍ଚନା “ଦ କପିଲ ଶର୍ମା” ସୋରେ ଜଜ ଭୂମିକା ନିଭେଇ ଆସୁଛନ୍ତି ।”କମେଡି ନାଇଟ୍ସ ବିଥ କପିଳ” ଶୋ ଚାଲିଥିବା ସମୟରେ ହିଁ ସିଧୁ କପିଳଙ୍କ ସଂସ୍ପର୍ଶରେ ଆସିଥିଲେ ଆଉ “ଦ କପିଲ ଶର୍ମା” ସୋରେ ବି ଜଜ ଚେୟାରରେ ବସିଥିଲେ । କିନ୍ତୁ ଏହା ପରେ ୨୦୧୯ରୁ ଏହି ଆସନ ଅର୍ଚ୍ଚନାଙ୍କ ଦାୟିତ୍ୱରେ ଅଛି ।

ଏହା ସମସ୍ତଙ୍କୁ ଜଣାଯେ ନିଜ ଖାସ ଶୈଳୀର ହସ ପାଇଁ ହିଁ ଘରେ ଘରେ ପରିଚିତ ହୋଇପାରିଛନ୍ତି ଅର୍ଚ୍ଚନା । କିନ୍ତୁ ସିଧୁଙ୍କ ଇସ୍ତଫା ପରେ ତାଙ୍କୁ ନେଇ ସୋସିଆଲ ମିଡିଆରେ ଟ୍ରେଣ୍ଡ କରାଯାଉଛି । ଖାଲି ସେତିକି ନୁହେଁ ଅର୍ଚ୍ଚନା ନିଜେ ବି ନିଜର ଏହି ମିମକୁ ଇନ୍ଷ୍ଟଗ୍ରାମରେ ସେୟାର କରିଛନ୍ତି । ସେୟାର କରି ଲେଖିଛନ୍ତିକି, ” କିସଶା କୁରସି ର” ।

Leave A Reply

Your email address will not be published.