ଖୋଲୁଛି ମନିଷ ଅନୁରାଗଙ୍କ ଡେଥ୍‌ ସସପେନ୍ସ ଉପରୁ ପରଦା, ୩୫ହଜାର ଟଙ୍କାର ହୋଟେଲ ବିଲ୍‌ ବିବାଦରୁ ବଚସା

ଭୁବନେଶ୍ବର(କେନ୍ଯୁଜ୍): ଖୋଲୁଛି ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନିଷ ଅନୁରାଗଙ୍କ ଡେଥ୍‌ ସସପେନ୍‌ସ। ପ୍ରାଥମିକ ତଦନ୍ତରୁ ହୋଟେଲ ବିଲ୍‌କୁ ନେଇ ସାଙ୍ଗମାନଙ୍କ ସହ ବିବାଦ ହୋଇଥିବା ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ବିଲ୍‌କୁ ନେଇ ବଚସା ପରେ ରାତି ଅଧରେ ଘରୁ ୩୫ ହଜାର ଟଙ୍କା ଆଣି ହୋଟେଲ ବିଲ୍‌ ପଇଠ କରିଥିଲେ । ବିଲ୍‌ ଅର୍ଥକୁ ମନିଷ ଏକା ଭରିଥିଲେ ବୋଲି ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ଫୁଲବାଣୀରେ ଆତ୍ମସମର୍ପଣ କରିଥିବା ଦୁଇଜଣଙ୍କୁ ଭୁବନେଶ୍ୱର ଆଣି ସାରାରାତି ପଚରାଉଚରା କରିଛି ପୋଲିସ ।

ଦିନେଶ ମହାପାତ୍ର ଓରଫ୍‌ ଲିଟୁ ଓ ମୃତ୍ୟୁଞ୍ଜୟ ମିଶ୍ର ଓରଫ ମୁନାକୁ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ଆଣିଥିଲା କମିଶନରେଟ ପୋଲିସ। ସ୍ପେଶାଲ ସ୍କ୍ଵାଡର ଏକ ଟିମ୍‌ ରାତି ତମାମ ପଚରାଉଚରା କରିଛି। ମୃତ୍ୟୁ ପୂର୍ବରୁ ମନିଷ ସାଙ୍ଗମାନଙ୍କ ସହ ପାତ୍ରପଡା ହୋଟେଲ ସାଉଥ୍‌ ସିଟିରେ ଥିଲେ । ବିଳମ୍ବିତ ରାତି ୩ଟା ୨୯ ବେଳେ ସେ ହୋଟେଲରୁ ବାହାରିଥିଲେ । ସିସିଟିଭିରେ ସେହି ସମୟର ଭିଜୁଆଲ୍‌ କଏଦ ଅଛି । ତାଙ୍କ ସହ ନଜର ଆସିଥିଲେ ଆଉ କିଛି ଲୋକ । ସେମାନେ କିଏ ? ସେଦିନ ହୋଟେଲ୍‌ ଭିତରେ କଣ ଚାଲିଥିଲା ? ଆଉ କେହି ଥିଲେ କି ? ହୋଟେଲ୍‌ ବାହାରେ କଣ ହୋଇଥିଲା ? କାର୍‌ରେ କଣ ହୋଇଥିଲା ? ଏନେଇ ପୋଲିସ ପଚରାଉଚରା କରିଛି ।

ସୂଚନା ଥାଉକି, ଶ୍ୱାସରୁଦ୍ଧ କାରଣରୁ ମନୀଷଙ୍କ ମୃତ୍ୟୃ ଘଟିଥିବା ଜଣାପଡିଛି। ମୃତଦେହ ବ୍ୟବଛେଦ ରିପୋର୍ଟ ପ୍ରାଥମିକ ତଥ୍ୟ ଅନୁସାରେ ଏହି ସୂଚନା ମିଳିଛି। ତେବେ କିଭଳି ମନିଷଙ୍କ ଶ୍ୱାସରୁଦ୍ଦ ହେଲା ତାହା ଏବେ ଜଣାପଡିବ। କାରରେ ହତ୍ୟା ପରେ ପୋଖରୀରେର ଫିଙ୍ଗିଦିଆଯାଇଥିବା ସନ୍ଦେହ କରାଯାଉଥିଲା। ସେପଟେ ମନିଷ ସାଙ୍ଗ ସହିତ ଇନଫୋସିଟିରୁ ଯେଉଁ ଧଳା କାରରେ ଯାଇଥିଲେ ତାକୁ ଜବତ କରିଥିଲା ପୋଲିସ । ଅଧିକ ତଦନ୍ତ ପାଇଁ ଇନଫୋସିଟି ଥାନା ପୋଲିସ ସାଉଥ୍‌ସିଟି ହୋଟେଲକୁ ମଧ୍ଯ ସିଲ୍‌ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.