ସଂଯୁକ୍ତ କିଷାନ ମୋର୍ଚ୍ଚାର ଦେଶବ୍ୟାପୀ ୬ ଘଣ୍ଟିଆ ରେଳରୋକ: ବିଭିନ୍ନ ଷ୍ଟେସନରେ ଅଟକି ରହିଛି ରେଳ

ନୂଆଦିଲ୍ଲୀ : ସଂଯୁକ୍ତ କିଷାନ ମୋର୍ଚ୍ଚାର ଦେଶବ୍ୟାପୀ ରେଳ ରୋକ। ଲଖିମପୁର ଖେରି ହିଂସାରେ ୪ ଜଣ କୃଷକଙ୍କ ସହ ୮ଜଣଙ୍କୁ ଗାଡ଼ି ମଡ଼ାଇ ହତ୍ୟା ମାମଲା ମୋର୍ଚ୍ଚା କରିଛି ରେଳ ରୋକ। କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ଇସ୍ତଫା ଦାବିରେ ସକାଳ ୧୦ଟାରୁ ଦିନ ୪ଟା ପର୍ଯ୍ୟନ୍ତ ରେଳ ରୋକୋ କରିଛି କିଷାନ ମୋର୍ଚ୍ଚା। ବିଶେଷ କରି ପଞ୍ଜାବ, ହରିଆନା ଓ ଉତ୍ତର ପ୍ରଦେଶରେ ରେଳ ରୋକର ପ୍ରଭାବ ପଡିଛି। କୃଷକ ସଂଗଠନ ସଦସ୍ୟମାନେ ବିଭିନ୍ନ ସ୍ଥାନରେ ରେଳ ଧାରଣା ଉପରେ ବସି ପ୍ରତିବାଦ କରିଛନ୍ତି।

ସେପଟେ ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରଙ୍କ ଗିରଫଦାରିରେ ସନ୍ତୁଷ୍ଟ ନାହିଁ କିଷାନ ମୋର୍ଚ୍ଚା। କେନ୍ଦ୍ରମନ୍ତ୍ରୀ ପଦରେ ଥିବା ବେଳେ ନିରପେକ୍ଷ ତଦନ୍ତ ହେବା ନେଇ ଆଶଙ୍କ ପ୍ରକାଶ କରିଛନ୍ତି। ସେପଟେ ରେଳ ରୋକ ଦ୍ୱାରା ନର୍ଦର୍ଣ୍ଣ ରେଲୱେ ବହୁ ମାତ୍ରାରେ ପ୍ରଭାବିତ ହୋଇଛି। ୮ଟି ଟ୍ରେନର ଗତିପଥ ବଦଳାଯାଇଥିବା ଉତ୍ତର ରେଳବାଇ ପକ୍ଷରୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.