ଆବୁଧାବି : ଟି-୨୦ ବିଶ୍ୱ କପ୍ର ଆଜି ସୁପର-୧୨ ରାଉଣ୍ଡରେ ଅଷ୍ଟ୍ରେଲିଆ ୫ ଓ୍ଵିକେଟ୍ରେ ଦକ୍ଷିଣ ଆଫ୍ରିକାକୁ ହରାଇ ଦେଇଛି । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ଦଳ ୯ ଓ୍ଵିକେଟ୍ରେ ୧୧୮ ରନ୍ ସଂଗ୍ରହ କରିଥିଲା । ମାରକ୍ରମ ସର୍ବାଧିକ ୪୦ ରନ୍ କରିଥିଲେ । ଅନ୍ୟ ଖେଳାଳିମାନେ ଅଷ୍ଟ୍ରେଲିଆ ବୋଲିଂ ଆଗରେ ଫେଲ୍ ମାରି ଯାଇଥିଲେ ।
ଷ୍ଟାର୍କ, ହାଜେଲଉଡ୍ ଓ ଜମ୍ପା ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ଅଷ୍ଟ୍ରେଲିଆ ପକ୍ଷରୁ ନେଇଥିଲେ । ମାକ୍ସେଓ୍ଵଲ ଓ କମିନ୍ସଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଥିଲା । ଏମାନେ ସମସ୍ତେ ମିଶି ଦକ୍ଷିଣ ଆଫ୍ରିକାର ବ୍ୟାଟସମ୍ୟାନ୍ଙ୍କୁ ବେଶ୍ ସମସ୍ୟାରେ ପକାଇବା ସହ ରନ୍ ଗତିକୁ ରୋକି ଦେଇଥିଲେ ।
ପରେ ମାତ୍ର ୧୧୯ ରନ୍ର ବିଜୟ ଲକ୍ଷ୍ୟ ନେଇ କଙ୍ଗାରୁ ଦଳ ଖେଳିଥିଲା । ୧୯.୪ ଓଭରରେ ୫ ଓ୍ଵିକେଟ୍ ହରାଇ ୧୨୧ ରନ୍ କରିଥିଲା । ତେବେ ଏହି ଲକ୍ଷ୍ୟରେ ପହଞ୍ଚିବା ସହଜ ହୋଇନଥିଲା । ଖେଳ ଶେଷ ଓଭର ପର୍ଯ୍ୟନ୍ତ ଚାଲିଥିଲା ।
ଶେଷ ଓଭରରେ ଦଳକୁ ଜିତିବା ପାଇଁ ୮ ରନ୍ ଦରକାର ହେଉଥିଲା । ଯାହାକୁ ୪ଟି ବଲ୍ ଖେଳି ସଂଗ୍ରହ କରି ନେଇଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟିଭେନ୍ ସ୍ମିଥ୍ ସର୍ବାଧିକ ୩୫ ରନ୍ କରିଥିଲେ । ଷ୍ଟୋଇନିସ୍ ୨୪ ଓ ମାଥ୍ୟୁ େଓ୍ଵଡ୍ ୧୫ ରନ୍ କରି ଅପରାଜିତ ରହିଥିଲେ ।