ଆଇପିଏଲ୍‌ ନିଲାମୀ : ଲକ୍ଷ୍ନୌ ୭୦୦ କୋଟି ଓ ଅହମଦାବାଦ ୫ ହଜାର ୬୦୦ କୋଟିରେ ବିକ୍ରି

ଦୁବାଇ : ଆରପି ସଞ୍ଜୀବ ଗୋଏଙ୍କା ଗ୍ରୁପ୍‌ ଆଇପିଏଲ୍‌ ନୂଆ ଟିମ୍‌ ନିଲାମୀରେ ସର୍ବାଧିକ ବିଡ୍‌ ଉପସ୍ଥାପନ କରି କିଣିଛି ଲକ୍ଷ୍ନୌକୁ । ଅହମଦାବାଦ ଟିମ୍‌କୁ କିଣିଛି ସିଭିସି କ୍ୟାପିଟାଲ୍‌ସ । ଲକ୍ଷ୍ନୌକୁ ୭୦୦ କୋଟି ଟଙ୍କାରେ ଗୋଏଙ୍କା ଗ୍ରୁପ୍‌ କିଣିଥିବା ବେଳେ ଅହମଦାବାଦକୁ ୫,୬୦୦ କୋଟି ଟଙ୍କାରେ କିଣିଛି ସିଭିସି ଗ୍ରୁପ୍‌ । ଏହି ଦୁଇଟି ଟିମ୍‌ ଆଗାମୀ ଆଇପିଏଲ୍‌ରେ ଭାଗ ନେବେ ।
ଏହି ଦୁଇଟି ନିଲାମୀରେ ବିସିସିଆଇ ପାଖାପାଖି ୧୦ ହଜାର କୋଟି ଆୟ କରିବ ବୋଲି ଆଶା କରାଯାଉଥିଲା । ତେବେ ତା ହାତକୁ ଆସିଛି ୧୨ ହଜାର ୬୯୦ କୋଟି ଟଙ୍କା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.