ଲଘୁଚାପ ପ୍ରଭାବରେ କମିଛି ଶୀତ, ଉପାନ୍ତରୁ ଉପକୂଳ ଘନ କୁହୁଡ଼ିରେ ଭର୍ତ୍ତି

ଭୁବନେଶ୍ବର(କେନ୍ଯୁଜ୍): ଦକ୍ଷିଣ ଆଣ୍ଡାମାନ ସାଗର ଉପକୂଳରେ ସୃଷ୍ଟ ଲଘୁଚାପ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସକ୍ରିୟ ରହିଛି। ଏହାସହ ଜଡ଼ିତ ଘୂର୍ଣ୍ଣିବଳୟ ୫.୮ କିିମି ପର୍ଯ୍ୟନ୍ତ ବ୍ୟାପିଛି। ଆଗାମୀ ୨୪ ଘଣ୍ଟାରେ ଲଘୁଚାପର ଗତିପଥ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ରହିବ। ଦକ୍ଷିଣ ପୂର୍ବ ବଙ୍ଗୋପସାଗରେ ପହଞ୍ଚିବା ବେଳକୁ ଏକ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ବା ୱେଲମାର୍କଡ ଲୋପ୍ରେସରେ ପରିଣତ ହେବ।

୧୭ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅତିକ୍ରମ କରି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବା ବେଳେକୁ ଅବପାତରେ ପରିଣତ ହେବ। ୧୮ ତାରିଖରେ ଏହା ଆନ୍ଧ୍ର ଉପକୂଳକୁ ଛୁଇଁବ। ଏହାର ପ୍ରଭାବରେ ୧୭ ଓ ୧୮ ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।

ଏପଟେ ଲଘୁଚାପ ପ୍ରଭାବରେ ଶୀତ କମିଛି । ହେଲେ ଉପାନ୍ତରୁ ଉପକୂଳ ଘନ କୁହୁଡ଼ିରେ ଭର୍ତ୍ତି । ଉପାନ୍ତରୁ ଉପକୂଳ ଘନ କୁହୁଡ଼ର ଆସ୍ତରଣ । ବିଶେଷକରି ରାଜଧାନୀରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା । ସକାଳେ ମୁହଁକୁ ମୁହଁ ଦିଶୁନଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.