ସ୍ୱାମୀ ଖାଦ୍ୟରେ ଋତୁସ୍ରାବ ରକ୍ତ ମିଶାଇଲା ସ୍ତ୍ରୀ, ଟପିଲା ଅଭଦ୍ରାମୀର ସବୁ ସୀମା

ସ୍ୱାମୀ ଖାଦ୍ୟରେ ଋତୁସ୍ରାବ ରକ୍ତ ମିଶାଇଲା ପତ୍ନୀ। ସ୍ୱାମୀ ଉପରେ ରାଗି ତାଙ୍କ ଖାଦ୍ୟରେ ନିଜ ପିରିୟଡ୍‌ସ ରକ୍ତ ମିଶାଇ ଦେଇଛି ସ୍ତ୍ରୀ। ଏହା ଯୋଗୁ ସ୍ୱାମୀର ଶରୀର ଭିତରେ ସଂକ୍ରମଣ ହୋଇଛି। ଡାକ୍ତର ବିଭିନ୍ନ ଚେକ୍‌ଅପ୍‌ କରିବା ପରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି, ଯାହା ଶୁଣି ସ୍ୱାମୀ ଦୋହଲିଯାଇଛି। ନିଜେ ଡାକ୍ତର ମଧ୍ୟ ଏଭଳି ମାମଲା ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି। କୌଣସି ସ୍ତ୍ରୀ ନିଜ ସ୍ୱାମୀ ସହ ଏଭଳି ଜଘନ୍ୟ କରିପାରେ ବୋଲି ଡାକ୍ତର ବିଶ୍ୱାସ କରିପାରିନାହାନ୍ତି। ତେବେ ଏହି ଘଟଣା ପରେ ସ୍ତ୍ରୀ ଓ ତାଙ୍କ ବାପା-ମା’ଙ୍କ ବିରୋଧରେ ପୀଡ଼ିତ ସ୍ୱାମୀ ଅଭିଯୋଗ କରିଛନ୍ତି। ଥାନା ଅଧିକାରୀ ମାମଲାର ତଦନ୍ତ କରୁଥିବା ଜଣାଯାଇଛି। ଏଭଳି ସାଂଘାତିକ ଘଟଣା ଘଟିଛି ଉତ୍ତର ପ୍ରଦେଶର ଗାଜିଆବାଦରେ।

ପୋଲିସର ସୂଚନା ମୁତାବକ, ଗାଜିଆବାଦର ଜଣେ ବ୍ୟକ୍ତି ଥାନାରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ତ୍ରୀ ତାଙ୍କୁ ଖାଇବାରେ ପିରିୟଡ୍‌ସର ରକ୍ତ ମିଶାଇ ଦେଇ ଦେଇଥିଲା। ଏହି ଖାଦ୍ୟ ଖାଇ ତାଙ୍କ ଦେହ ଭୀଷଣ ଭାବେ ଖରାପ ହୋଇଯାଇଥିଲା। ପରିସ୍ଥିତି ଏମିତି ହେଲା ଯେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଥିଲା। ଡାକ୍ତର ତାଙ୍କର ବିଭିନ୍ନ ଚେକ୍‌ଅପ୍‌ ପରେ ଜାଣିବାକୁ ପାଇଥିଲେ ଯେ ତାଙ୍କ ଶରୀର ଭିତରେ ଇନ୍‌ଫେକସନ୍‌ ହୋଇଛି। ଆଉ ଏହି ଇନ୍‌ଫେକସନ୍‌ର କାରଣ ହେଉଛି ଋତୁସ୍ରାବର ରକ୍ତ। ଏହି ସୂଚନା ଡାକ୍ତର ନିଜ ରିପୋର୍ଟରେ ମଧ୍ୟ ଉଲ୍ଲେଖ କରିଥିଲେ। ପରେ ବ୍ୟକ୍ତି ଜଣକ ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି। ସେ ତାଙ୍କ ସ୍ତ୍ରୀ ଓ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ଏତଲା ଦେଇଛନ୍ତି।

ପୀଡ଼ିତଙ୍କ କହିବାନୁସାରେ, ସେ ୨୦୧୫ ମସିହାରେ ବିବାହ କରିଥିଲେ। ତାଙ୍କର ଏକ ପୁଅ ମଧ୍ୟ ରହିଛି। ସବୁବେଳେ ତାଙ୍କ ସ୍ତ୍ରୀ ବାପା-ମା’ଙ୍କ ଠାରୁ ଅଲଗା ରହିବାକୁ ଜିଦ୍ଦି କରୁଥିଲେ। ସେ ଏଥିପାଇଁ ରାଜି ନ ହେବାରୁ ସେ ତାଙ୍କୁ ମାନସିକ ଚାପରେ ରଖିଥିଲେ। ଛୋଟ ଛୋଟ କଥାରେ ସେ ଝଗଡ଼ା କରୁଥିଲେ। ଏହି କାରଣରୁ ସ୍ତ୍ରୀ ତାଙ୍କ ଖାଇବାରେ ନିଜ ପିରିୟଡ୍‌ସ ରକ୍ତ ମିଶାଇ ଦେଇଥିବା ନେଇ ଯୁବକ ଅଭିଯୋଗ କରିଛନ୍ତି। ଥାନାରେ ସେ ଡାକ୍ତରଙ୍କ ରିପୋର୍ଟକୁ ମଧ୍ୟ ପ୍ରମାଣ ସ୍ୱରୂପ ଦେଇଛନ୍ତି। ତେବେ ପୋଲିସ ମାମଲାର ଯାଞ୍ଚ କରୁଛି ଓ ତଦନ୍ତ ପରେ ଦୋଷୀକୁ ଦଣ୍ଡ ଦେବ ବୋଲି ପ୍ରତିଶ୍ରୁତି ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.