ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟେଷ୍ଟ: ଭାରତର ୬ଟି ଓ୍ଵିକେଟ ନେଲେ ଭାରତୀୟ ବଂଶୋଦ୍ଭବ ଏଜାଜ ପଟେଲ

ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନ ଆଜି। ବର୍ଷା ବାଧାପ୍ରାପ୍ତ ପ୍ରଥମ ଦିନରେ ଖେଳ ବିଳମ୍ବରେ ଆରମ୍ଭ ହୋଇଥିଲା । ପ୍ରଥମରୁ ସାମାନ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଭାରତ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୪ ଓ୍ବିକେଟ ହରାଇ ୨୨୧ ରନ କରିଥିଲା। ଦ୍ୱିତୀୟ ଦିନ ଖେଳ ଆରମ୍ଭ ହେବା ପରେ ଭାରତ ୨୫୩ ରନ କରି ୬ ଓ୍ଵିକେଟ ହରାଇଛି। ପ୍ରଥମ ଟେଷ୍ଟରେ ଶ୍ରେୟଶ ଆୟାର ଆଉ ଏବେ ମୟଙ୍କ ଅଗ୍ରଓ୍ଵାଲ ଶତକ ପିଟିଛନ୍ତି । ମୟଙ୍କ ଏପର୍ଯ୍ୟନ୍ତ ୧୩୩ ରନ୍‌ କରି ଅପରାଜିତ ରହିଛନ୍ତି। ମୟଙ୍କ ସହିତ ଅକ୍ସର ପଟେଲ ୨୨ ରନ୍‌ କରି ଅପରାଜିତ ରହିଛନ୍ତି।

ପ୍ରଥମରୁ ହିଁ ଭଲ ଆରମ୍ଭ କରିଥିଲା ଟିମ ଇଣ୍ଡିଆ । ଦୁଇ ଓପନର ମୟଙ୍କ ଅଗ୍ରଓ୍ବାଲ ଏବଂ ଶୁଭମାନ ଗିଲ ଦଳକୁ ଭଲ ଷ୍ଟାର୍ଟ ଦେଇଥିଲେ । ପ୍ରଥମ ଓ୍ବିକେଟ ଯୋଡିରେ ଉଭୟ ୮୦ ରନ କରିଥିଲେ । ଶୁଭମାନ ଗିଲ ସେଟ୍‌ ହୋଇସାରିଥିଲେ କିନ୍ତୁ ଖରାପ ସଟ୍‌ ଖେଳି ୪୪ ରନ କରି ଆଉଟ ହୋଇଛନ୍ତି । ପରେ ବ୍ୟାଟିଂ କରିବାକୁ ଆସିଥିବା‌ ଚେତେଶ୍ବର ପୂଜାରା ଖାତା ଖୋଲିବାକୁ ସକ୍ଷମ ହୋଇନାହାନ୍ତି । ଅଧିନାୟକ ବିରାଟ କୋହଲି ମଧ୍ୟ ଖାତା ଖୋଲିପାରିନାହାନ୍ତି । ଶ୍ରେୟସ ଆୟର ବ୍ୟକ୍ତିଗତ ୧୮ରନ କରି ଆଉଟ ହୋଇଥିଲେ। ଅଶ୍ୱିନ ଶୂନରେ ଆଇଟ ହୋଇଥିବା ବେଳେ ରିଦ୍ଧିମାନ ଶାହ୬୨ ବଲ୍‌ ଖେଳି ୨୭ ରନ୍‌ କରି ଆଉଟ ହୋଇଥିଲେ।

scoreboard

ନ୍ୟୁଜିଲାଣ୍ଡ ପକ୍ଷରୁ ଏକ ମାତ୍ର ସଫଳ ବୋଲର ଭାବେ ଏଜାଜ୍‌ ପଟେଲ ୨୯ ଓଭର ବୋଲିଂ କରି ୮୯ ରନ ଦେଇ ସମସ୍ତ ୬ଟି ଯାକ ଓ୍ବିକେଟ ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.