ପୁରୀ ଉପକୂଳରେ ପହଞ୍ଚିବା ବେଳକୁ ଦୁର୍ବଳ ହୋଇଯିବ ବାତ୍ୟା ‘ଜଓ୍ଵାଦ’, ପବନର ବେଗ ଘଣ୍ଟାପ୍ରତି ୫୫ରୁ ୬୫ କିମି ରହିବ

ଭୁବନେଶ୍ବର(କେନ୍ଯୁଜ୍): ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ‘ଜଓ୍ଵାଦ’ । ଆସନ୍ତାକାଲିକୁ ଦୁର୍ବଳ ହୋଇଯିବ ବାତ୍ୟା ‘ଜଓ୍ଵାଦ’। ଆଗାମୀ ୧୨ ଘଣ୍ଟା ଯାଏଁ ଉତ୍ତର ଦିଗରେ ଗତି କରିବ ବାତ୍ୟା। ପରେ ଉତ୍ତର ଉତ୍ତର-ପୂର୍ବ ଦିଗକୁ ଗତି ପରିବର୍ତ୍ତନ କରିବ। ପୁରୀ ଉପକୂଳରେ ପହଞ୍ଚିବା ବେଳକୁ ଦୁର୍ବଳ ହୋଇଯିବ ବାତ୍ୟା ।

ତୀବ୍ର ଅବପାତ ରୂପରେ ପୁରୀର ନିକଟତର ହେବ । ଗଭୀର ଅବପାତ ଦୁର୍ବଳ ହୋଇ ପଶ୍ଚମବଙ୍ଗ ମୁହାଁ ହେବ । ପବନର ବେଗ ଘଣ୍ଟାପ୍ରତି ୫୫ରୁ ୬୫ କିମି ରହିବ । ୭୫ କିମି ବେଗରେ ପବନର ଝଟକା ଅନୁଭୂତ ହୋଇପାରେ । କଳିଙ୍ଗ ଟିଭିକୁ ସୂଚନା ଦେଲେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.