Below header

ମାଡ଼ି ଆସୁଛି ଓମିକ୍ରନ! ରକ୍ଷା କରିବ ସବୁଜ ପରିବା ଓ ଋତୁକାଳୀନ ଫଳ, ଦୈନିକ ୪୦ ମିନିଟ୍‌ ବସନ୍ତୁ ଖରାରେ; ଜାଣି ରଖନ୍ତୁ ନିଜକୁ ସୁରକ୍ଷିତ ରଖିବାର ଉପାୟ

କରୋନାର ଭୟ, ଯାହା ଗତବର୍ଷ ମାର୍ଚ୍ଚ-ଏପ୍ରିଲରୁ ଆରମ୍ଭ ହୋଇଥିଲା, ତାହା କିଛି ମାସ ଧିମା ପଡ଼ି ଯାଇଥିଲା। କିନ୍ତୁ ଏବେ ଓମିକ୍ରନ ଭ୍ୟାରିଆଣ୍ଟ ଆସିବା ପରେ ଏହା ପୁଣିଥରେ ସକ୍ରିୟ ହୋଇ ଉଠିଛି। ଏମିତି ପରିସ୍ଥିତିରେ ପ୍ରଶ୍ନ ଉଠୁଛି କି, କ’ଣ ଓମିକ୍ରନ ଏତେ ବିପଜ୍ଜନକ ହେବ ଯେ ଏଥିରେ ଆମେ ଭୟଭୀତ ହୋଇଯିବା? କାହାକୁ କୁହାଯିବ ବିପଜ୍ଜନକ? ବାରମ୍ବାର ନୂଆ ନୂଆ ଭ୍ୟାରିଆଣ୍ଟ କେଉଁଠାରୁ ଆସୁଛି? ଭାରତରେ ଏହା କେତେ ପ୍ରଭାବ ପକାଇ ପାରିବ? ଏହିଭଳି ଅନେକ ପ୍ରଶ୍ନ ମନ ଭିତରେ ଉଙ୍କି ମାରୁଛି। ତେବେ ଏକ୍ସପର୍ଟମାନେ କେତେକ ଗୁରୁତ୍ୱପୂର୍ଣ୍ଣ ବିଷୟ ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି।

ଓମିକ୍ରନ ଭ୍ୟାରିଆଣ୍ଟ କେତେ ବିପଜ୍ଜନକ ହେବ, ସେ ନେଇ ଆମ ପାଖରେ ପର୍ଯ୍ୟାପ୍ତ ଡାଟା ନାହିଁ। ୧ରୁ ୨ ସପ୍ତାହ ଭିତରେ ଏହା ସ୍ପଷ୍ଟ ହୋଇ ଯାଇପାରେ। କିନ୍ତୁ ଆମର ପ୍ରସ୍ତୁତି କେବଳ ଓମିକ୍ରନ ପାଇଁ ହେବା ଉଚିତ ନୁହେଁ, କାହିଁକିନା, ଆଗାମୀ ସମୟରେ ଓମିକ୍ରନ ଭଳି ଅନ୍ୟାନ୍ୟ ଭ୍ୟାରିଆଣ୍ଟ ମଧ୍ୟ ଆସି ଯାଇପାରେ। ଏଥିପାଇଁ ନିଜ ଇମ୍ୟୁନିଟିକୁ ମଜଭୁତ କରିବା ସବୁଠାରୁ ଜରୁରୀ। ଏକ ବିଷ୍ଳେଶଣରୁ ଜଣାପଡ଼ିଛି ଯେ ଦକ୍ଷିଣ ଆଫ୍ରିକାରେ ସେହି ଲୋକମାନଙ୍କୁ ଓମିକ୍ରନ ଅସୁବିଧାରେ ପକାଇବାରେ ସକ୍ଷମ ହୋଇପାରି ନାହିଁ, ଯେଉଁମାନଙ୍କୁ ପ୍ରଥମରୁ କରୋନା ହୋଇ ସାରିଛି ଏବଂ ନ୍ୟାଚୁରାଲ ଇମ୍ୟୁନିଟି ମିଳି ସାରିଛି। ଏହି ଆଧାରରେ ଭାରତ ପାଇଁ ମଧ୍ୟ ଅନୁମାନ ଲଗା ଯାଉଛି କି, ଦେଶରେ ଡେଲ୍‌ଟା ଏବଂ ଡେଲ୍‌ଟା ପ୍ଲସ୍‌ ଭ୍ୟାରିଆଣ୍ଟ ଯୋଗୁ ବି ଲୋକେ ଅଧିକ ପ୍ରାକୃତିକ ରୋଗ ପ୍ରତିରୋଧକ ଶକ୍ତି ପାଇଛନ୍ତି।

ଆପଣ ଏମିତି ସ୍ଥିତିରେ ଇମ୍ୟୁନିଟିକୁ ମଜଭୁତ କରିବା ପାଇଁ ପ୍ରତ୍ୟେକ ଦିନ ୪୫ରୁ ୬୦ ମିନିଟ୍‌ ପର୍ଯ୍ୟନ୍ତ ଫିଜିକାଲ ଆକ୍ଟିଭିଟି ଜାରି ରଖନ୍ତୁ। ଶରୀରରେ ଭିଟାମିନ୍ସର ଅଭାବ ଯେପରି ନ ରହିବ, ସେଥିପାଇଁ ଦୈନିକ ୨ ପାତ୍ର ସବୁଜ ପନିପରିବା ଏବଂ ୨ଟି ଋତୁକାଳୀନ ତାଜା ଫଳ ଖାଆନ୍ତୁ। ଏଥି ସହିତ ପ୍ରତିଦିନ ୩୫ରୁ ୪୦ ମିନିଟ୍‌ ପର୍ଯ୍ୟନ୍ତ ଖରାରେ ବସନ୍ତୁ। କେବଳ ଏତିକି ନୁହେଁ, ମାସ୍କ ଏବଂ ସୋସିଆଲ ଡିଷ୍ଟାନ୍‌ସିଙ୍ଗକୁ ଆଦୌ ଭୁଲନ୍ତୁ ନାହିଁ। କାହିଁକିନା, ଏହା ଭାଇରସ୍‌ ସାଙ୍ଗକୁ ପ୍ରଦୂଷଣରୁ ମଧ୍ୟ ରକ୍ଷା କରିଥାଏ। ଏଥି ସହିତ ଆଜ୍‌ମା ଓ ଯକ୍ଷ୍ମା ଭଳି ରୋଗରେ ବି ମାସ୍କ ବଢ଼ିଆ କାମ କରିଥାଏ।

ଭ୍ୟାକ୍ସିନ ନେବା ଦ୍ୱାରା ଶରୀର ଭିତରେ ଆଣ୍ଟିବଡିର ନିର୍ମାଣ ହୋଇଥାଏ। ଏହା ନାକ କିମ୍ବା ପାଟି ନିକଟରେ କୌଣସି ଚାଲୁଣି କି ଫିଲ୍‌ଟର ପ୍ରସ୍ତୁତ କରେ ନାହିଁ, ଯଦ୍ଦ୍ଵାରା କୌଣସି ଭାଇରସ୍‌ ବା ବ୍ୟାକ୍ଟେରିଆ ଭିତରକୁ ଯାଇ ପାରିବ ନାହିଁ। ତେଣୁ ଏହା ଭାବିବା କଥା ନୁହେଁ ଯେ ଟିକାକରଣ ସଂକ୍ରମଣକୁ ରୋକି ପାରିବ। କିନ୍ତୁ ଭ୍ୟାକ୍ସିନେଶନ ସଂକ୍ରମଣରୁ ହେଉଥିବା ଲକ୍ଷଣକୁ ଗମ୍ଭୀର ହେବାଠାରୁ ନିଶ୍ଚୟ ରୋକି ପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.