ଫେବୃଆରୀରେ ୪ଟି ଗ୍ରହ କରିବେ ନିଜ ସ୍ଥାନ ପରିବର୍ତ୍ତନ, ଏହିସବୁ ରାଶି ରୁହନ୍ତୁ ଅଧିକ ସତର୍କ

ଜ୍ୟୋତିଷ ଶାସ୍ତ୍ର ମୁତାବିକ ଫେବୃଆରୀ ମାସରେ ଏକାଥରକେ ୪ଟି ଗ୍ରହ ନିଜ ସ୍ଥାନ ପରିବର୍ତ୍ତନ କରିବେ। ଯାହାର ଖାସ ପ୍ରଭାବ ଅନ୍ୟାନ୍ୟ ରାଶି ଉପରେ ପଡ଼ିବ। କିଛି ରାଶି ଏଥିରେ ଅନେକ ଶୁଭ ଫଳ ପାଇବା ସହ ଅନ୍ୟ ସବୁ ରାଶି ଉପରେ ଏହାର ଖରାପ ପ୍ରଭାବ ପଡ଼ିପାରେ। ଜାଣିବା ପାଇଁ ଆଗକୁ ପଢ଼ନ୍ତୁ।

ଗତ ଫେବୃଆରୀ ୪ ତାରିଖରେ ବୁଧ ଗ୍ରହ କୁମ୍ଭ ରାଶିରେ ମାର୍ଗି ଭାବେ ଗତି କରିଛନ୍ତି। ଆଗାମୀ ୧୩ ଫେବୃଆରୀରେ ସୂର୍ଯ୍ୟଦେବ ମଧ୍ୟ କୁମ୍ଭ ରାଶିରେ ପ୍ରବେଶ କରିିବେ। ଏହାପରେ ୧୯ ଫେବୃଆରୀରେ ବୃହସ୍ପତି ଦେବ କୁମ୍ଭ ରାଶିରେ ଅସ୍ତ ହୋଇଯିବେ। ମଙ୍ଗଳ ଦେବ ୨୬ ଫେବୃଆରୀରେ ମକର ରାଶିରେ ଗୋଚର କରିବେ। ୨୭ ଫେବୃଆରୀରେ ଧନ କାରକ ଶୁକ୍ରଦେବ ମକର ରାଶିରେ ପ୍ରବେଶ କରିବେ। ଜ୍ୟୋତିଷ ଶାସ୍ତ୍ରରେ ଫେବୃଆରୀରେ ୪ଟି ଗ୍ରହ ନିଜ ସ୍ଥାନ ପରିବର୍ତ୍ତନ କରିବେ। ଯାହାର ପ୍ରଭାବ କିଛି ରାଶି ଉପରେ ପଡ଼ିବ। ଏଥିପାଇଁ ସେମାନେ ସତର୍କ ରହିବା ଆବଶ୍ୟକ।

ମେଷ:
ଏଥର ମେଷ ରାଶିରେ ଦଶମ ଭାବରେ ବୁଧ ଇଓ ଶନିଦେବ ବିରାଜମାନ କରିବେ। ଯାହାର ପ୍ରଭାବ ଦ୍ୱାରା କାର୍ଯ୍ୟସ୍ଥଳରେ ସେମାନେ ଜବରଦସ୍ତ ସଫଳତା ପାଇବେ। ବ୍ୟବସାୟରେ ସଫଳତା ପାଇବା ସହ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ । କିନ୍ତୁ ପାରିବାରିକ ଜୀବନରେ ଅଳ୍ପ ସମସ୍ୟା ଆସିପାରେ।

saturn
pc: zee news

ସିଂହ:
ଏହି ରାଶିରେ ରାହୁ ଗ୍ରହ ଉପସ୍ଥିତ ଅଛନ୍ତି। ଯାହା କାରଣରୁ ଚାକିରୀରେ ବିପରୀତ ପ୍ରଭାବ ପଡ଼ିବ । ଏହାସହ ଆର୍ଥିକ ସ୍ଥିିତିରେ ବହୁତ ବଡ଼ ପ୍ରଭାବ ପଡ଼ିବ। କିନ୍ତୁ ମାସ ଶେଷରେ ଆର୍ଥିକ ସ୍ଥିତିରେ ବହୁତ ବଡ଼ ସୁଧାର ଆସିବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଆର୍ଥିକ ପ୍ରଗତି ହେବ । ଦରମା ବଢ଼ିବା ସହିତ ନିଜର ସବୁ ଆଶା ପୂରଣ ହେବ ।

ମକର:
ଏହି ରାଶି ଉପରେ ମଧ୍ୟ ଅଳ୍ପ ଖରାପ ପ୍ରଭାବ ପଡ଼ିବ। ଗୁରୁ ଓ ଶନିଙ୍କ ୟୁତି ଯୋଗରେ ଚାକିରି ଉନ୍ନତି ରେ ବାଧା ଉପୁଜିବ। ଛାତ୍ରଙ୍କୁ ପଢ଼ିବାରେ ସମସ୍ୟା ହେବ।

କୁମ୍ଭ :
କୁମ୍ଭ ରାଶିରେ ଚତୁର୍ଗହୀ ଯୋଗ କାରଣରୁ ଜୀବନରେ ସମସ୍ୟା ଉପୁଜିବ । କୁଣ୍ଡଳୀର ସପ୍ତମ ସ୍ଥାନରେ ବୃହସ୍ପତି ଥିବା କାରଣରୁ ଆର୍ଥିକ ସଫଳତା ମିଳିବ। ବୈବାହିକ ଜୀବନରେ ବିିବାଦ ହୋଇପାରେ। ତେଣୁ ସାବଧାନ ରୁହନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.