କରୋନା ପରେ ଆସିଲା ଲାସା ଭାଇରସ: ନେଲାଣି ଲୋକଙ୍କ ଜୀବନ, ଜାଣନ୍ତୁ ରୋଗର ଲକ୍ଷଣ ଓ ଉପଚାର
ବର୍ତ୍ତମାନ ସାରା ବିଶ୍ବ କୋଭିଡ ଭାଇରସରେ ଆକ୍ରାନ୍ତ ହେଉଥିବା ବେଳେ ଲୋକଙ୍କୁ ଭୟଭୀତ କରିଛି ଆଉ ଏକ ମାରାତ୍ମକ ଭୂତାଣୁ ଲାସା ଭାଇରସ୍। ଏହା ଲୋକଙ୍କୁ ଲାସା ଜ୍ବରରେ ପୀଡ଼ିତ କରାଉଛି। କରୋନା ପରେ ଏବେ ଏହି ଭାଇରସ ମାରାତ୍ମକ ଭୂତାଣୁ ଭାବେ ଆତଙ୍କ ଖେଳାଉଛି।
ଫେବୃଆରୀ ୧୧ ରେ, ବ୍ରିଟେନରେ ଲାସା ଜ୍ୱରରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା । ବ୍ରିଟେନରେ ୨୦୦୯ ମସିହା ପରେ ଲାସା ରୋଗର ତିନିଟି ମାମଲା ରିପୋର୍ଟ ହୋଇଛି, ସେଥିମଧ୍ୟରୁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଛି। ଯାହାକି ବ୍ରିଟେନବାସୀଙ୍କୁ ଭୟବିତ କରିଛି। ତେବେ ସଂକ୍ରମିତ ହୋଇଥିବା ତିନିଜଣ ଗୋଟିଏ ପରିବାରର। କିଛି ଦିନ ପୂର୍ବରୁ ଏହି ପରିବାର ସାଉଥ୍ ଆଫ୍ରିକାରୁ ଫେରିଥିଲେ।
ଭାଇରସର ପ୍ରଥମ କେସ ନାଇଜେରିଆର ଲାସା ନାମକ ଏକ ସ୍ଥାନରେ ଦେଖାଯାଇଥିଲା, ଯାହା ପରେ ଏହାର ନାମ ଲାସା ଭାଇରସ ବା ଲାସା ଜ୍ଵର କରାଯାଇଥିଲା। ଲାସା ଜୀବାଣୁ ମଧ୍ୟ ଇବୋଲା ଏବଂ ମାର୍ଗବର୍ଗ ଶ୍ରେଣୀର ଏକ ଭୂତାଣୁ। ଆସନ୍ତୁ ଜାଣିବା ଏହି ଲାସା ଭାଇରସ ଓ ଜ୍ୱର କ’ଣ ବିଷୟରେ।
ଲାସା ଜ୍ୱର କ’ଣ?
ସେଣ୍ଟର୍ ଫର ଡିଜିଜ୍ ଆଣ୍ଡ୍ ପଲ୍ୟୁସନ୍ ଅନୁଯାୟୀ ଲାସା ଭାଇରସର ପ୍ରଥମ କେସ ୧୯୬୯ ମସିହାରେ ନାଇଜେରିଆରେ ଦେଖାଯାଇଥିଲା। ନାଇଜେରିଆରେ ଏହି ରୋଗ ବିଷୟରେ ପ୍ରଥମେ ଚିହ୍ନଟ ହୋଇଥିଲା ସେତେବେଳେ ଯେତେବେଳେ ଲାସା ରୋଗରେ ଦୁଇଜଣ ନର୍ସଙ୍କ ମୃତ୍ୟୁ ହୋଇଥିଲା। ତେବେ ଏହି ଲାସା ଜ୍ୱର ମୂଷା ଦ୍ୱାରା ସଂକ୍ରମିତ ହୋଇଥାଏ। ହୁଏତ ଆପଣ ଜାଣିଥିବେ ପ୍ଲେଗ୍ ରୋଗ ମୂଷା ପାଇଁ ହୋଇଥାଏ କିନ୍ତୁ ଏହି ଲାସା ରୋଗ ମଧ୍ୟ ମୂଷା ଦ୍ଵାରା ହିଁ ହୋଇଥାଏ। ତେବେ ପ୍ରଥମରୁ ଦକ୍ଷିଣ ଆଫ୍ରିକାରେ ଏହି ଭୂତାଣୁ ଦେଖାଯାଇଥିଲା।
ଜାଣନ୍ତୁ କେମିତି ସଂକ୍ରମଣ କରାଏ
ଲାସା ଭାଇରସ୍:
ଲାସା ଭାଇରସ ମୂଷାଙ୍କ ମଳ ଏବଂ ମୂତ୍ର ମାଧ୍ୟମରେ ବ୍ୟାପିଥାଏ ହୋଇଥାଏ।ସଂକ୍ରମିତ ମୂଷାଙ୍କ ମଳ ଏବଂ ପରିସ୍ରା ସଂସ୍ପର୍ଶରେ ଆସି ଲାସା ଭୂତାଣୁ ମଣିଷକୁ ସଂକ୍ରମିତ କରିଥାଏ। ସଂକ୍ରମିତ ମୂଷା ମଳ ମୂତ୍ର କରିଥିବା ସ୍ଥାନରେ ଏରୋସୋଲାଇଜଡ୍ ଉପାଦାନ ସୃଷ୍ଟି ହୁଏ ଯାହା ବାୟୁରେ ମିଶିଯାଏ, ପରେ ଏହା ନିଶ୍ୱାସ ପ୍ରଶ୍ୱାସ ମାଧ୍ୟମରେ ଶରୀରକୁ ପ୍ରବେଶ କରେ। ଯେଉଁ କାରଣରୁ ମଣିଷମାନେ ଏହି ଭୂତାଣୁ ଦ୍ଵାରା ସଂକ୍ରମିତ ହୁଅନ୍ତି। ଖାଲି ଏତିକି ନୁହେଁ ଏଥି ସହିତ ସଂକ୍ରମିତ ମୂଷାମାନଙ୍କୁ ଖାଦ୍ୟ ଭାବରେ ଖାଇବା ଦ୍ଵାରା ମଧ୍ୟ ଏମାନଙ୍କ ମଧ୍ୟରେ ଥିବା ଜୀବାଣୁ ମଧ୍ୟ ମଣିଷଙ୍କ ଶରୀରକୁ ଯାଇଥାଏ।
ଲାସା ଜ୍ୱରର ଲକ୍ଷଣ:
ଲାସା ଜ୍ୱରର ଲକ୍ଷଣ ସାମାନ୍ୟ ହୋଇଥାଏ। ଏହା ପରେ ବି ଲାସା ଜ୍ୱର ହେଲେ ସାମାନ୍ୟ ଜ୍ୱର, ଦୁର୍ବଳତା, ଗଳା ଯନ୍ତ୍ରଣା, ମୁଣ୍ଡବିନ୍ଧା, ବାନ୍ତି, ଲୁଜ୍ ମୋସନ ଏବଂ କାଶ ହୋଇଥାଏ। ଯେତେବେଳେ ଏହା ଅଧିକ ସଂକ୍ରମଣ ହୁଏ ଫୁସଫୁସରେ ପାଣି ଜାଣିବା, ମୁହଁ ଫୁଲିଯିବା ଏବଂ ଅନ୍ତନଳୀରୁ ରକ୍ତସ୍ରାବ ହୁଏ। ଏହା ଅତ୍ୟାଧିକ ହେଲେ ଶରୀର ଥରିଥାଏ, ଝଟକା ଲାଗିବା ପରି ଲାଗିବା ସହ ମଣିଷ କୋମାକୁ ମଧ୍ୟ ଯାଇପାରେ। ତେଣୁ ଏପରି ଯଦି କୌଣସି ଲକ୍ଷଣ ଆପଣ ଦେଖୁଛନ୍ତି ତୁରନ୍ତ ନିକଟସ୍ଥ ଡାକ୍ତଖାନା ସହ ଯୋଗାଯୋଗ କରିବା ଦରକାର। ଭାଇରସ ଅଧିକ ସଂକ୍ରମଣ କରାଇଲେ ଏହା ମାରାତ୍ମକ ହୋଇଥାଏ। ଏମିତିକି ଏହା ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ବ୍ୟାପିଥାଏ।
ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣଙ୍କୁ କିପରି
ବ୍ୟାପେ:
ଲାସା ଭାଇରସ ହାତ ମିଶାଇବା ଦ୍ଵାରା, ଆଲିଙ୍ଗନ କରିବା ଦ୍ଵାରା କିମ୍ବା ପାଖରେ ବସିବା ଦ୍ଵାରା ସଂକ୍ରମଣ ହୋଇଥାଏ। ଲାସା ଭାଇରସ ଲକ୍ଷଣ ଦେଖାଯିବା ପାଇଁ ପ୍ରାୟ ୧ ରୁ ୩ ସପ୍ତାହ ଲାଗିଥାଏ।
ଜାଣନ୍ତୁ ଏହି ଲାସା ଭାଇରସରୁ କିପରି ନିଜକୁ ରକ୍ଷା କରିବେ:
ପ୍ରଥମେ ଏହି ଭାଇରସରୁ ରକ୍ଷା ପାଇବା ପାଇଁ ଆପଣ ମୂଷାଙ୍କ ସଂସ୍ପର୍ଶରେ ଆସନ୍ତୁ ନାହିଁ। କେବଳ ମୂଷା ନୁହେଁ ତାଙ୍କ ମଳ ମୂତ୍ର ଥିବା ସ୍ଥାନରୁ ମଧ୍ୟ ଦୂରେଇ ରୁହନ୍ତୁ।
ମୂଷାଙ୍କୁ ଘରେ ପୁରାନ୍ତୁ ନାହିଁ। ଆପଣ ଯାହାବି ଖାଦ୍ୟ ଘରେ ରଖିଛନ୍ତି ଡବାରେ ଭର୍ତି କରି ରଖନ୍ତୁ ।