ଦୁନିଆର ଟପ୍ ୧୦ ଭାଲ୍ୟୁଏବଲ କମ୍ପାନୀ ଲିଷ୍ଟରୁ ହଟିଲା ମେଟା, ରହିଛି ଏବେ ଏହି ସ୍ଥାନରେ
ଟେକ୍ ର ବଡ଼ କମ୍ପାନୀ ମେଟା ପ୍ଲାଟଫର୍ମ ଯାହାକୁ ଫେସବୁକ ନାମରେ ଜଣାଯାଉଥିଲା ଏବେ ଦୁନିଆର ୧୦ଟି ମୁଖ୍ୟ କମ୍ପାନୀ ସୂଚିଠାରୁ ଅଲଗା ହୋଇସାରିଛି। ବର୍ତ୍ତମାନ ମେଟା ୧୧ ତମ ସ୍ଥାନରେ ରହିଛି। ରିପୋର୍ଟ ଅନୁସାରେ ଗୁରୁବାର ଯେତେବେଳେ ସେୟାର ବଜାର ବନ୍ଦ ହୋଇଥିଲା ସେତେବେଳେ ଫେସବୁକ ପେରେଣ୍ଟ କମ୍ପାନୀର ଏମକ୍ୟାପ କମିଯାଇ ୫୬୫ ବିଲିୟନ ଡଲାର ଆସିଯାଇଥିଲା।
ଏହିଭଳି ମେଟା ଟପ୍ ୧୦ରୁ ବାହାରିଯାଇଛି। ଏବେ Tencent Holding Ltd ପରେ ୧୧ ତମ ସ୍ଥାନରେ ମେଟା ରହିଛି। ପୂର୍ବରୁ ମେଟାର ଏମକ୍ୟାପ ୧ ଟ୍ରିଲିୟନ ଡଲାରରୁ ପାର ହେଉଥିଲା। ଏହାସହ ଦୁନ ିଆର ୬ଷ୍ଠ ସବୁଠୁ ବଡ଼ ମୂଲ୍ୟବାନ କମ୍ପାନୀ ହୋଇଥିଲା।
ଏବେ ଦେଖନ୍ତୁ ଟପ୍ ୧୯ କମ୍ପାନୀ ଲିଷ୍ଟ:
-ଆପଲ (୨.୮ ଟ୍ରିଲିୟନ ଡଲାର)
-ମାଇକ୍ରୋସଫ୍ଟ(୨.୨ ଟ୍ରିଲିୟନ ଡଲାର)
-ସାଉଦୀ ଆରବ ତେଲ କମ୍ପାନୀ Aramco (୨ ଟ୍ରିଲିୟନ)
-ଗୁଗଲ ପ୍ୟାରେଣ୍ଟ କମ୍ପାନୀ(Alphabet 1.8 ଟ୍ରିଲିୟ ଡଲାର)
-ଆମାଜନ (୧.୬ ବିଲିୟନ ଡଲାର)
-ଓ୍ଵାର୍କଶାୟର ହାଥେଓ୍ଵ(୭୦୦.୬ ବିଲିୟନ ଡଲାର)
-ଏନଭିଡ଼ିଓ (୬୧୩ ବିଲିୟନ ଡଲାର)
-ଟିଏସଏମସି (୬୦୦.୩ ବିଲିୟନ ଡଲାର)
ଗତ ବର୍ଷ ସେପ୍ଟେମ୍ବରରେ ମେଟା ଏମକ୍ୟାପ ନିଜର ଏକ ଭଲ ସ୍ଥିତି ରଖିଥିଲା। ଏହାପରେ କମ୍ପାନୀର ଭାଲ୍ୟୁ କମିଯାଇ ଅଧା ହୋଇଗଲା। ୫୦୦ ବିଲିୟନ ପାଖାପାଖି ଡଲାର କ୍ଷତି ହୋଇଥିଲା।