ଫିଲ୍ମ ନୁହଁ ରିୟଲ ଲାଇଫ୍, ୨୫୦ ଝିଅଙ୍କର ସୁରକ୍ଷା ଦାୟିତ୍ବ ଗ୍ରହଣ କଲେ ୧୩ ବର୍ଷର ନାବାଳିକା

ଆମ ସାଧାରଣତଃ ଫିଲ୍ମ ଦେଖିବା ସମୟରେ ତାହାର କାହାଣୀକୁ ନିଜ ଜୀବନ ସହ ସଂଯୋଗ କରିଦେଇଥାଉ। କିନ୍ତୁ ନିକଟରେ ଶୁଣିବାକୁ ମିଳିଥିବା ଏକ ଘଟଣା ଫିଲ୍ମର ଏକ କାହାଣୀ ନୁହଁ ବାସ୍ତବିକ ଜୀବନ। ଆପଣ ବଲିଉଡ଼ର ଖିଲାଡ଼ି କୁମାରଙ୍କ ସୁପରହିଟ୍ ଫିଲ୍ମ ପ୍ୟାଡ଼ମ୍ୟାନ ନିହାତି ଦେଖିଥିବେ। ଫିଲ୍ମଟି ଅନେକ ଲୋକଙ୍କ ପାଇଁ ସାଜିଥିଲା ପ୍ରେରଣା। ଆଜ୍ଞା ହଁ, ସେହି ଫିଲ୍ମ ପ୍ୟାଡ଼ମ୍ୟାନରୁ ପ୍ରେରିତ ହୋଇ ଜଣେ ୧୩ ବର୍ଷୀୟ ବାଳିକା ରୀବା ତୁଲପୁଲେ ମହାରାଷ୍ଟ୍ର ପାଖର ଏକ ଗାଁର ପାଖାପାଖି ୨୫୦ ଝିଅଙ୍କୁ ପୋଷ୍ୟ ଗ୍ରହଣ କରିଛନ୍ତି । ଶୁଣିବାକୁ ଆଶ୍ଚର‌୍ୟ୍ୟ ଲାଗୁଥିଲେ ମଧ୍ୟ ସତ। ଆସନ୍ତୁ ଜାଣିବା କଣ ରହିଛି ସଂପୂର୍ଣ୍ଣ ଖବର।

riva

କିପରି ହେଲେ ପ୍ରେରିତ  

୧୩ ବର୍ଷର ନାବାଳିକା ଏପରି କାମ କରିଛନ୍ତି ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ଆଜ୍ଞା ହଁ ,ସେ ଏବେ ଗ୍ରାମର ସମସ୍ତ ଝିଅମାନଙ୍କୁ ସାନିଟାରୀ ନାପକିନ୍ ମଧ୍ୟ ବାଣ୍ଟିଛନ୍ତି। ରୀବା ତୁଲପୁଲେଙ୍କର ପରିବାର ମହାରାଷ୍ଟ୍ରରେ ରହୁଥିବା ବେଳେ ସେ ତାଙ୍କ ବାପାମାଁଙ୍କ ସହ ଦୁବାଇରେ ବାସ କରନ୍ତି । ତେବେ ସେ କିଛି ମାସ ପୂର୍ବେ ପ୍ୟାଡ଼ମ୍ୟାନ୍ ଫିଲ୍ମ ଦେଖିଥିଲେ। ଯାହା ତାଙ୍କୁ ଖୁବ୍ ଅନୁପ୍ରାଣିତ କରିଥିଲା। ଏଣୁ ସେ ଏଥିପାଇଁ ଯୋଗାଡ଼ କରୁଥିଲେ ଟଙ୍କା। ପର‌୍ୟ୍ୟପ୍ତ ଟଙ୍କା ଯୋଗାଡ଼ କରିବା ପରେ ଗତ ସପ୍ତାହରେ ସେ ଭାରତ ଆସି ମହାରାଷ୍ଟ୍ରର ଏକ ଛୋଟ ଗ୍ରାମ ଶସାହାପୁରର ବିଦ୍ୟାଳୟରେ ଝିଅ ମାନଙ୍କୁ ବର୍ଷକ ପ୍ୟାଡ଼୍ ଦେଇଛନ୍ତି ।

ରୀବା ଫିଲ୍ମରେ ଭାତର କିପରି ମାସିକ ଧର୍ମ ସମୟରେ ଝିଅମନଙ୍କର ଅସୁବିଧା ହୋଇଥାଏ ତାହା ଦେଖିବାକୁ ପାଇଥିଲେ। ଯାହାପରେ ସେ ଭାରତରେ ତଥା ତାଙ୍କ ସହର ମହାରାଷ୍ଟ୍ରର ଝିଅ ମାନଙ୍କ ପାଇଁ କିଛି କରିବେ ବୋଲି ମନ ବଳାଇଥିଲେ।

padman

କିପରି କରିଥିଲେ ଟଙ୍କା ଯୋଗାଡ଼ 

ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିବା ରୀବାଙ୍କୁ ସାନିଟାରୀ ପ୍ୟାଡ଼୍ କିଣିବା ପାଇଁ ଖାସ ସମୟ ଲାଗିନଥିଲା । ଏହାଛଡ଼ା ସେ ଦିପାବଳୀ ପରଠାରୁ ଦୁବାଇରେ ଲୋକଙ୍କଠୁ ସହାୟତା ମାଗିବା ଆରମ୍ଭ କରିଥିଲେ। ଯାହାର ଖୁବ କମ ସମୟ ମଧ୍ୟରେ ସେ ଟଙ୍କା ସଂଞ୍ଚୟ କରିବା ସହ ୨୫୦ ଝିଅଙ୍କ ସାନିଟାରୀ ପ୍ୟାଡ଼୍ କିଣିବାକୁ ସକ୍ଷମ ହୋଇପାରିଥିଲେ। ତେବେ ଏହାର ସମସ୍ତ ଶ୍ରେୟ ରୀବା ପ୍ୟାଡ଼ମ୍ୟାନ ଫିଲ୍ମକୁ ଜଣାଇବା ସହ ଆଗକୁ ମଧ୍ୟ ସେ ଏହିପରି କାମ କରୁଥିବେ ବୋଲି କହିଛନ୍ତି।

Leave A Reply

Your email address will not be published.