ଅଟୋ ପ୍ଲାଣ୍ଟକୁ ରାଷ୍ଟ୍ରୀୟକରଣ କରିବା ପାଇଁ ଋଷ ଦେଲା ଧମକ, ଜାଣନ୍ତୁ କାରଣ

ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଥମୁନି । ଦିନ ଗଡୁଛି ଲଢ଼େଇ ବି ବଢୁଛି । ତା ସହିତ ବଢୁଛି ରୁଷ୍‌ ଉପରେ ବିଭିନ୍ନ ଦେଶର କଟକଣା । ରୁଷିଆରେ ବ୍ୟବସାୟ କରୁଥିବା ବିଭିନ୍ନ କମ୍ପାନୀ ମଧ୍ୟ ନିଜ କାରବାର ବନ୍ଦ କରିଛନ୍ତି । ହେଲେ ଏସବୁ ନିଷ୍ପତ୍ତି ରୁଷିଆକୁ ଆହୁରି କ୍ରୋଧିତ କରିଛି । ତେଣୁ ଧମକ ଦେଇଛି ରୁଷ୍‌ । ଦେଶରେ ଉତ୍ପାଦନ ବନ୍ଦ କରି ଦେଇଥିବା ବିଦେଶୀ ଗାଡ଼ି କମ୍ପାନୀର କାରଖାନାଗୁଡ଼ିକୁ ଜାତୀୟକରଣ କରିବାକୁ ଧମକ ଦେଇଛି।

ଏକ ରିପୋର୍ଟ ଅନୁଯାୟୀ, ଋଷିଆ ଶାସକ ଦଳର ଜଣେ ବରିଷ୍ଠ ସଦସ୍ୟ କହିଛନ୍ତି କି ୟୁକ୍ରେନ୍‌ ଦେଶ ଉପରେ ଆକ୍ରମଣର ଜବାବରେ ଏହି କମ୍ପାନୀ ସବୁ କାର୍ଯ୍ୟ ବନ୍ଦ କରିଛନ୍ତି । ସେଥିପାଇଁ ଗାଡ଼ି କମ୍ପାନୀଗୁଡିକର କାରଖାନାକୁ ଜାତୀୟକରଣ କରିବାକୁ ପ୍ରସ୍ତାବ ଦେଇଛନ୍ତି।

automobiles
Picture Credit- amarujala

 

ରୁଷ୍‌ ଏଭଳି ପଦକ୍ଷେପ ନେଲେ ସେଠାରେ ଉତ୍ପାଦନ କରୁଥିବା ଅନେକ ବିଦେଶୀ ଅଟୋମେକର୍‌ମାନଙ୍କୁ ହୁଏତ ସେଠାକାର କାରଖନା ବନ୍ଦ କରିବାକୁ ପଡ଼ଇପାରେ । ଏକ ମିଡିଆ ରିପୋର୍ଟରେ ଋଷ ଶାସକ ଦଳର ସାଧାରଣ ପରିଷଦ ସଚିବ ଆଣ୍ଡ୍ରେଇ ତୁଚର୍କ କହିଛନ୍ତି ଯେ ଯୁଦ୍ଧର ନିୟମ ଅନୁଯାୟୀ ଋଷିଆ ପ୍ରତିଶୋଧ ନେବ।

ଆମେରିକା, ବ୍ରିଟେନ ଏବଂ ୟୁରୋପୀୟ ସଙ୍ଘ ଋଷିଆ ଉପରେ ଆର୍ଥିକ ପ୍ରତିବନ୍ଧକ ଲଗାଇଛନ୍ତି । ଯାହା ଋଷିଆର ଆର୍ଥିକ ସ୍ଥିତି ଖରାପ କରିଛି। ଏହା ଛଡ଼ା ଭୋଲଭୋ, ଫେରାରୀ, ଲମ୍ବୋର୍ଗିନି, ହୋଣ୍ଡା, ଟୟୋଟା, ଭୋକ୍ସୱେଗନ, ଜେନେରାଲ ମୋଟର୍ସ, ଜାଗୁଆର ଲ୍ୟାଣ୍ଡ ରୋଭର, ମର୍ସିଡିଜ-ବେଞ୍ଜ, ଫୋର୍ଡ ଏବଂ ବିଏମଡବ୍ଲୁ ଭଳି ଅନେକ ଅଟୋମୋବାଇଲ କମ୍ପାନୀ ଋଷିଆରେ ନିଜର କାମ ବନ୍ଦ କରି ଦେଇଛନ୍ତି। ଏହା ସହିତ ଏହି କମ୍ପାନୀଗୁଡିକ ଋଷିଆରେ ସେମାନଙ୍କର ଗାଡ଼ିର ରପ୍ତାନି ମଧ୍ୟ ସ୍ଥଗିତ ରଖିଛନ୍ତି ।

ରୁଷରେ ଥିବା ଅଗ୍ରଣୀ ବିଦେଶୀ ଅଟୋମୋବାଇଲ୍ ବ୍ରାଣ୍ଡ ମଧ୍ୟରୁ ହୁଣ୍ଡାଇ ହେଉଛି ଅନ୍ୟତମ । ଏହା ମଧ୍ୟ ରୁଷ୍‌ରେ ଉତ୍ପାଦନ ବନ୍ଦ କରି ଦେଇଥିଲା କିନ୍ତୁ ପରେ କହିଥିଲା କି ସପ୍ଲାଏ ଚେନ ଅସୁବିଧା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିଲା। ଆଉ ଏବେ କହିଛି କି ତା କାରଖାନାରେ ପୁଣିଥରେ କାର୍ଯ୍ୟ ଆରମ୍ଭ କରାଯିବ ।

ଅନ୍ୟ କମ୍ପାନୀଗୁଡିକ ବିଷୟରେ କହିବାକୁ ଗଲେ, ରେନୋ ବର୍ତ୍ତମାନ ଏକ କଷ୍ଟକର ସ୍ଥିତିରେ ଅଛନ୍ତି । ଫ୍ରାନ୍ସର ଅଟୋମେକର୍ ଆଭ୍ଟୋଭାଜ୍ ର ମାଲିକ, ଯାହା ଲାଡା କାର ନିର୍ମାଣ କରେ । ଏହା ହେଉଛି ଋଷିଆର ସବୁଠାରୁ ଲୋକପ୍ରିୟ କାର୍ ବ୍ରାଣ୍ଡ୍ । ଏହାର ଉତ୍ପାଦନ ଚାଲୁ ରଖିବା ପାଇଁ କମ୍ପାନୀ ମାଇକ୍ରୋଚିପ୍ସର ଦେଶରେ ତିଆରି କରିବ ବୋଲି କହିଛି।

ତେବେ ଅନ୍ୟ ଯେଉଁ ବିଦଶୀ କମ୍ପାନୀ ଋଷିଆରେ ନିଜର କାମ ବନ୍ଦ କରିଛନ୍ତି ସେହି କମ୍ପାନୀ ଗୁଡ଼ିକୁ ଋଷ ରାଷ୍ଟ୍ରୀୟକରଣ କରିବାକୁ ଧମକ ଦେଇଛି।
ବର୍ତ୍ତମାନ ଚାଲିଥିବା ଯୁଦ୍ଧ ୟୁରୋପ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ଅଟୋ ଇଣ୍ଡଷ୍ଟ୍ରିକୁ ସିଧାସଳଖ ପ୍ରଭାବିତ କରୁଛି। ୟୁକ୍ରେନ ଓ ଋଷିଆ ଅଟୋ ଶିଳ୍ପ ଯୋଗାଣ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ତେଣୁ ଯୁଦ୍ଧ ପାଇଁ ମାଇକ୍ରୋଚିପ୍ ଅଭାବ, ଇନ୍ଧନ ମୂଲ୍ୟ ବୃଦ୍ଧି ଏବଂ ଅନ୍ୟାନ୍ୟ ଉପାଦାନ ପାଇଁ ସପ୍ଲାଇ ଚେନରେ ମଧ୍ୟ ଅସୁବିଧା ଉପୁଜିଛି।

ଜଳ, ସ୍ଥଳ, ଆକାଶ ସବୁ ରାସ୍ତାରେ ଯୁଦ୍ଧ ଯୋଗୁଁ ଉପୁଜିଛି ବାଧା । କୌଣସି ସାମଗ୍ରୀ ଆମଦାନୀ କି ରପ୍ତାନି ହୋଇ ପାରୁନି । ବ୍ଲାକ୍‌ ସି ସମୁଦ୍ର ରାସ୍ତା ହେଉ ଅବା ଆକାଶପଥ, ସବୁ ବେଳେ ମିଶାଇଲ୍‌ର ଗର୍ଜନ ଶୁଭୁଥିବାରୁ ବ୍ୟାବସାୟିକ ଜାହାଜ କିମ୍ବା ବିମାନ ଯାତ୍ରା ବନ୍ଦ କରି ଦେଇଛନ୍ତି । ତା ସହିତ ବନ୍ଦ ରହିଛି ଜିନିଷପତ୍ରର ପରିବହନ । ଅବଶ୍ୟ ରୁଷ୍‌ ଅପେକ୍ଷା ବେଶି ହଇରାଣ ହେଉଛି ୟୁକ୍ରେନ୍‌ । କାରଣ ସମୁଦ୍ର ରାସ୍ତା ଦେଇ ୟୁକ୍ରେନ୍‌କୁ ସବୁଠାରୁ ଅଧିକ ସାମଗ୍ରୀ ଆମଦାନୀ ହୋଇଥାଏ । ତେଣୁ ଉଭୟ ରୁଷ୍‌ ଓ ୟୁ୍େରକନ୍‌ ଏଥିରେ ସବୁ ଦିଗରୁ କ୍ଷତିଗ୍ରସ୍ତ ହେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.