ଇରାକ୍ରେ ଆମେରିକା ଦୂତାବାସ ଉପରେ ୧୨ ମିସାଇଲ୍ ମାଡ଼, କାରଣ ଜାଣିନଥିବା କହିଲେ ସରକାର
ଇରାକରେ ଆମେରିକାର ଦୂତାବାସ ନିକଟରେ ୧୨ଟି ମିସାଇଲ୍ ମାଡ଼ ହୋଇଛି। ଏହି ମିସାଇଲ୍ ମାଡ଼ ହେବା ପରେ ପୂରା ସହର ଭୟରେ ଥରୁଛି। ଲୋକମାନେ ଏତେ ସଂଖ୍ୟକ ମିସାଇଲ୍ ମାଡ଼ ହେବାର କାରଣ ସମ୍ପର୍କରେ କିଛି ବୁଝି ପାରିନାହାନ୍ତି। ଫଳରେ ପୂରା ସହର ସ୍ତବ୍ଧ ହୋଇଯାଇଛି। ତେବେ ଏହି ମିସାଇଲ୍ ଆକ୍ରମଣ ଇରାନ୍ ପକ୍ଷରୁ କରାଯାଇଥିବା କୁହାଯାଉଛି। ଏ ନେଇ ଇରାକ୍ର ସୁରକ୍ଷା ଅଧିକାରୀ କହିଛନ୍ତି, ରବିବାର ଆମେରିକାର ବାଣିଜ୍ୟ ଦୂତାବାସ ନିକଟସ୍ଥ ଇରାକର ଉତ୍ତର ସହର ଇରବିଲରେ ୧୨ ମିସାଇଲ୍ ଆକ୍ରମଣ ହୋଇଛି। ତେବେ ଏବେ ଯାଏଁ ଏହି ଆକ୍ରମଣରେ କେହି ଆହତ କିମ୍ବା ନିହତ ହୋଇଥିବା ନେଇ କୌଣସି ସୂଚନା ମିଳିନାହିଁ।
No injuries reported after ‘a number of missiles’ strike near U.S. consulate in Iraq https://t.co/fgiGwBb7hz pic.twitter.com/UtU1sfPIi0
— CBC World News (@CBCWorldNews) March 13, 2022
ଅନ୍ୟପଟେ ଇରାକ୍ ଓ ଆମେରିକାର ଅଧିକାରୀମାନେ ମିସାଇଲ୍ ଆକ୍ରମଣ ଓ ଏ ନେଇ ହୋଇଥିବା କ୍ଷତି ସମ୍ପର୍କରେ ଭିନ୍ନ ଭିନ୍ନ କଥା କହିଛନ୍ତି। ଆଉ ଜଣେ ଆମେରିକୀୟ ଅଧିକାରୀ କହିଛନ୍ତି, ମିସାଇଲ୍ ମାଡ଼ ଯୋଗୁ କୌଣସି ଆମେରିକୀୟ ଅଧିକାରୀଙ୍କର କିଛି ଅସୁବିଧା ହୋଇନାହିଁ। ତେବେ ଏହି ମିସାଇଲ୍ ମାଡ଼ ବାଣିଜ୍ୟ ଦୂତାବାସକୁ ଟାର୍ଗେଟ କରି କରାଯାଇଛି ବୋଲି କିଛି ପ୍ରମାଣ ମିଳିନାହିଁ।
A U.S. defense official said missiles had been launched at the city from neighboring Iran. https://t.co/hgL3QS5C6v
— Military Times (@MilitaryTimes) March 13, 2022
ମିସାଇଲ୍ ଆକ୍ରମଣ ପରେ ବଗଦାଦରେ ଜଣେ ଇରାକୀ ଅଧିକାରୀ ସର୍ବ ପ୍ରଥମେ କହିଥିଲେ ଯେ ଆମେରିକୀୟ ଦୂତାବାସକୁ କେତେକ ମିସାଇଲ୍ ସାହାଯ୍ୟରେ ଟାର୍ଗେଟ କରାଯାଇଛି। ତେବେ ପ୍ରକୃତରେ କେତୋଟି ମିସାଇଲ୍ ଉତ୍କ୍ଷେପଣ କରାଯାଇଛି ସେ ନେଇ ଏବେ ଯାଏଁ କୌଣସି ତଥ୍ୟ ମିଳିନାହିଁ। ଏହି ଘଟଣାକୁ ଆମେରିକା ପକ୍ଷରୁ କଡ଼ା ନିନ୍ଦା କରାଯାଇଛି। ଇରାକ ସରକାର ଓ କୁର୍ଦ ରିଜନାଲ ଗଭର୍ଣ୍ଣମେଣ୍ଟ ପକ୍ଷରୁ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।
Also Read: ସପ୍ତମ ସନ୍ତାନର ବାପା ହେଲେ ଟେସ୍ଲା ମୁଖ୍ୟ ଏଲନ୍ ମସ୍କ, ଘରକୁ ଆସିଲା କୁନି ପରୀ