ଅଧ ରାତିରେ ପ୍ରେମିକାକୁ ଭୂତ ପଠାଇଲା ମେସେଜ! ଭୂତିଆ ହୋଟେଲରେ ରାତି ବିତାଇବା ପରେ ପ୍ରେମିକ କଲେ ଏଭଳି ଅଜବ ଦାବି

ଭୂତପ୍ରେତଙ୍କ ଅସ୍ତିତ୍ୱକୁ ନେଇ ସବୁବେଳେ ଭ୍ରମ ରହି ଆସିଛି। କିଛି ଲୋକ ଏହାକୁ ବିଶ୍ୱାସ କରୁଥିବା ବେଳେ ଆଉ କିଛି ଲୋକ ଏହା କେବଳ ମନର ଭାବନା ବୋଲି କୁହନ୍ତି। ହେଲେ ନିକଟରେ ଇଂଲଣ୍ଡର ଜଣେ ବ୍ୟକ୍ତି ଏକ ଅଜବ ଦାବି କରିଛନ୍ତି। ସେ କହିଛନ୍ତି କି, ସେ ଭୂତର ଫଟୋ ଉଠାଇଛନ୍ତି, ଆଉ ଭୂତ ତାଙ୍କରି ଫୋନରୁ ତାଙ୍କ ପ୍ରେମିକାଙ୍କୁ ମେସେଜ ପଠାଇଛି।

ଏକ ରିପୋର୍ଟ ଅନୁସାରେ, ଷ୍ଟକ୍‌ଟନରେ ରହୁଥିବା ୪୦ ବର୍ଷୀୟ ଜଣେ ବ୍ୟକ୍ତି ନିଜ ପ୍ରେମିକାଙ୍କ ସହିତ ୟୋର୍କ ସହର ବୁଲିବାକୁ ଯାଇଥିଲେ। କୁହାଯାଏ, ୟୋର୍କରେ ଅନେକ ଭୂତିଆ ଜାଗା ରହିଛି। ବ୍ୟକ୍ତିଙ୍କ କହିବା ଅନୁସାରେ, ୨୧ ମାର୍ଚ୍ଚରେ ଦୁହେଁ ସେଠାକୁ ବୁଲିବାକୁ ଯାଇଥିବା ବେଳେ ସେମାନଙ୍କ ସହିତ ଅଦ୍ଭୁତ ଘଟଣା ସବୁ ଘଟିଥିଲା।

ପ୍ରଥମେ କପଲ୍‌ ଏକ ବାର୍‌କୁ ଯାଇଥିଲେ। ସେଠାରେ ବାଥ୍‌ରୁମ ଯିବା ବାଟରେ ହଠାତ୍‌ ଏକ ଅଜ୍ଞାତ ଶକ୍ତି ଥିବା ଭଳି ଅନୁଭବ ହୋଇଥିଲା, ଯେପରି ଲାଗିଥିଲା ସେଠାରେ କେହି ଜଣେ ଅଛି। ଏହାପରେ ସେମାନେ ସେହି ଜାଗାର ଫଟୋ ଉଠାଇ ନେଇଥିଲେ। ପବ୍‌ରୁ ହୋଟେଲକୁ ଫେରିବା ପରେ ସେହି ରାତିରେ ଆଉ ଏକ ଘଟଣା ଘଟିଥିଲା। ରାତି ପାଖାପାଖି ୨ଟାରେ ଯେତେବେଳେ କପଲ୍‌ ଶୋଇଥିଲେ, ସେତେବେଳେ ପ୍ରେମିକାର ଫୋନ୍‌କୁ ଏକ ମେସେଜ ଆସିଥିଲା।

ପରଦିନ ସକାଳୁ ଉଠି ଫୋନ ଦେଖିବା ପରେ ଦୁହିଁଙ୍କ ହୋଶ୍‌ ଉଡ଼ି ଯାଇଥିଲା। କାହିଁକି ନା, ପ୍ରେମିକାର ଫୋନକୁ ପ୍ରେମିକ ନମ୍ବରରୁ ହିଁ ମେସେଜ ଯାଇଥିଲା, ଯେତେବେଳେ କି, ଦୁହେଁ ସେହି ସମୟରେ ଶୋଇଥିଲେ। ଆଉ ମେସେଜରେ ଲେଖା ହୋଇଥିଲା, ‘କ’ଣ ତୁମେ ପରେ କଲ୍‌ କରିପାରିବ’? ଏହି ମେସେଜ ଦେଖି ପ୍ରେମିକ ଦାବି କରିଛନ୍ତି ଯେ ପବ୍‌ ଓ ହୋଟେଲ ଦୁଇଟି ଯାକ ଭୂତିଆ ଜାଗା ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.